ବ୍ରିଟେନରୁ ଫେରୁଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

youtube

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା  ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ । ଟ୍ରମ୍ପ ଚେକର୍ସରୁ ଲଣ୍ଡନର ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଉଡ଼ାଣ କରିବା ସମୟରେ ଲୁଟନ୍ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।

ସୂଚନାନୁଯାୟୀ, ଟ୍ରମ୍ପଙ୍କୁ ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଯାଉଥିବା ସମୟରେ ହେଲିକପ୍ଟରରେ ସାମାନ୍ୟ ହାଇଡ୍ରୋଲିକ୍ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ଟ୍ରମ୍ପଙ୍କ ହେଲିକପ୍ଟରକୁ ମଝି ଆକାଶରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ । ପରେ ଟ୍ରମ୍ପଙ୍କୁ ଅନ୍ୟ ହେଲିକପ୍ଟର ଦ୍ବାରା ଷ୍ଟାନଷ୍ଟେଡ୍ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସେ ୱାଶିଂଟନ ପାଇଁ ଏୟାର ଫୋର୍ସ ସାହାଯ୍ୟରେ ଯାତ୍ରା କରିଥିଲେ । ଏହାରି ମଧ୍ୟରେ ଟ୍ରମ୍ପଙ୍କ ବ୍ରିଟେନ୍ ଗସ୍ତ ସମୟରେ ହୋଇଥିବା ଭବ୍ୟ ସ୍ବାଗତ ପାଇଁ ଗମ୍ଭୀର କୃତଜ୍ଞ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଯାହାକୁ ଉଭୟ ପକ୍ଷ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ୟୁକ୍ରେନ୍ ଏବଂ ଗାଜା ଯୁଦ୍ଧକୁ ନେଇ ମଧ୍ୟ ଟ୍ରମ୍ପ ଓ ଷ୍ଟର୍ମରଙ୍କ ଆଲୋଚନା ହୋଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି ।

ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ, ଅନ୍ୟ ଦେଶ ଭଳି ଆମେରିକା ନୁହେଁ । ଏଥି ସହିତ ଷ୍ଟର୍ମର ମଧ୍ୟ କହିଛନ୍ତି ଯେ, ବ୍ରିଟିଶ ଏବଂ ଆମେରିକୀୟ ପୁରୁଷ ଏବଂ ମହିଳା, କାନ୍ଧକୁ କାନ୍ଧ ମିଶାଇ, ଇତିହାସର ଗତି ପରିବର୍ତ୍ତନ କରୁଛନ୍ତି । ଯାହା ସ୍ୱାଧୀନତା, ଗଣତନ୍ତ୍ର ଏବଂ ଆଇନର ଶାସନ  ଆଡକୁ ମୁହାଁଇଛି ।

Leave A Reply

Your email address will not be published.