ସାଉଦି ଆରବ-ପାକିସ୍ତାନ ‘ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତି, ଭାରତ ସହ ଯୁଦ୍ଧ ହେଲେ ସାଉଦି ପାକିସ୍ତାନକୁ ସାହାଯ୍ୟ କରିବ!

add-all

ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ବପ୍ନ ଦେଖୁଛି। କାରଣ ଚୁକ୍ତିନାମାରେ କୁହାଯାଇଛି ଯେ, ଉଭୟ ଦେଶ ମଧ୍ୟରୁ ଜଣକ ଉପରେ କୌଣସି ଆକ୍ରମଣ ଉଭୟ ଦେଶ ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ନାଟୋ ଷ୍ଟାଇଲ୍ ପ୍ରତିରକ୍ଷା ଚୁକ୍ତିରେ ‘ଜଣଙ୍କ ଉପରେ ଆକ୍ରମଣ ଉଭୟଙ୍କ ଉପରେ ଆକ୍ରମଣ’ ଶବ୍ଦକୁ ଇସଲାମାବାଦରେ ଏକ ପ୍ରମୁଖ କୂଟନୈତିକ ବିଜୟ ଭାବରେ ଦେଖାଯାଉଛି। ଏହା ସମ୍ଭବତଃ ଏହି ଚୁକ୍ତିକୁ ଭାରତ ବିରୋଧରେ ଏକ ରଣନୈତିକ ପ୍ରତିରୋଧ ଭାବରେ ଦେଖିପାରେ। ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଦଶନ୍ଧି ଧରି ଏକ ଅନୌପଚାରିକ ପ୍ରତିରକ୍ଷା ସମ୍ପର୍କ ରହିଥିବା ବେଳେ ସଦ୍ୟତମ ଚୁକ୍ତି ଇସ୍‌ଲାମିକ ଦେଶଗୁଡ଼ିକ ମଧ୍ୟରେ ସୁରକ୍ଷା ସହଯୋଗକୁ ଆନୁଷ୍ଠାନିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

ad-week
Leave A Reply

Your email address will not be published.