ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ ଭାରତ

add-all

କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା‌ପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ କାର୍କୀଙ୍କୁ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ହୋଇଥିବାରୁ ଶୁ‌ଭେଚ୍ଛା ଜଣାଇଛନ୍ତି। ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି।

୨୦୨୬ ମାର୍ଚ୍ଚରେ ନେପାଳରେ ନିର୍ବାଚନ କରିବା ତାଙ୍କ ଅନ୍ତରୀଣ ସରକାରର ପ୍ରଥମ ପ୍ରାଥମିକତା ରହିବ ବୋଲି କାର୍କୀ ମୋଦୀଙ୍କୁ କହିଛନ୍ତି। ଅନ୍ୟପକ୍ଷେ ମୋଦୀ କାର୍କୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଭାରତ ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ। ମୋଦୀ ଏନେଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ନେପାଳର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀଙ୍କ ସହ ଭଲ କଥାବାର୍ତ୍ତା ହୋଇଛି।’ ନେପାଳରେ ନିକଟରେ ହୋଇଥିବା ଜୀବନହାନି ପାଇଁ ମୋଦୀ ସମବେଦନା ଜଣାଇଛନ୍ତି।

ad-week
Leave A Reply

Your email address will not be published.