ଚିକିଟୀରେ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ଵକର୍ମାଙ୍କ ପୂଜା ପାଳିତ

add-all

ଚିକିଟୀ : ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ବିଶ୍ୱକର୍ମା ଙ୍କୁ ନିର୍ମାଣ ଓ ସୃଜନର ଦେବତା ରୂପେ ପୂଜା କରାଯାଇଥାଏ।ବିଶେଷ କରି ଶିଳ୍ପ ଓ ଏହା ସହିତ ଜଡିତ ସାମଗ୍ରୀ କୁ ଏହି ଦିନ ପୂଜା କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଚିକିଟୀ ଓ ଆଖ ପାଖ ଅଞ୍ଚଳରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ମୋହତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଚିକିଟୀ ପେଣ୍ଠ ମା ମୁକ୍ତାଦେବୀ ରାଜମିସ୍ତ୍ରୀ ସଙ୍ଘ ତରଫରୁ ଏନ ଏ ସି ମାର୍କେଟ କମ୍ପ୍ଲେକ୍ସ ଆନ୍ଧ୍ରବ୍ୟାଙ୍କ ଛକ ନିକଟରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଫୁଲ୍ଲ ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି |ଏହି ଅବସରରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ପରବର୍ତ୍ତୀ ସମୟରେ ବିଜେଡ଼ି ବିଧାୟକ ପାର୍ଥି ଚିନ୍ମୟାନନ୍ଦ ଶ୍ରିରୂପ ଦେଓ,ସେବା ସଂସ୍ଥାନ ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଏବଂ ସୁଧାଂଶୁ ଫାଉଣ୍ଡେସନ ପ୍ରତିଷ୍ଠାତା ଡ଼ଃ ସୁଧାଂଶୁ ଶେଖର ରାଉତ ପ୍ରମୁଖ ପୂଜା ମଣ୍ଡପ ନିକଟରେ ପହଞ୍ଚି ଦେବ ଶିଳ୍ପୀ ଙ୍କ ଆଶୀର୍ବାଦ ଗ୍ରହଣ କରିଥିବା ବେଳେ ସମସ୍ତ ଅତିଥିଙ୍କୁ ରାଜମେସ୍ତ୍ରୀ ସଙ୍ଘ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସର, କାରବାଲୁଆ ପ୍ରଭୁତି ସ୍ଥାନରେ ବିଶ୍ୱକର୍ମା ମେଢ ବେଶ ଆକର୍ଷଣୀୟ ହୋଇଛି।ପାରମ୍ପାରିକ ମନ୍ତ୍ର ଧ୍ୱନି ରେ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ବହୁ ଶ୍ରଦ୍ଧାଳୁମାନେ ମେଢ ନିକଟରେ ଜମା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି।ରଙ୍ଗ ବେରଙ୍ଗ ର ଅଲୋକ ମାଳାରେ ମେଢ ଗୁଡ଼ିକ ସୁସଜ୍ଜିତ ହୋଇ ତିନି ଦିନ ଧରି ପୂଜା ମଣ୍ଡପ ର ଆକର୍ଷଣ ବୃଦ୍ଧି କରୁଥିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଭୂଙ୍କର ଭସାଣୀ ଉତ୍ସବ କରାଯାଇଛି।

ad-week
Leave A Reply

Your email address will not be published.