ମାଗଣା ପୋଷାକ ବିତରଣ ମେଳା

youtube

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ସରକାରୀ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟର ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ଡାଲପଲଙ୍କ ଗ୍ରାମର ୱାର୍ଡସଭ୍ୟ କହ୍ନେଇ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଏମ ସୁନିତା, ବିଦ୍ୟାଳୟ ଏବଂ କ୍ରୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ପିତାମାତା ଏକତ୍ର ଉଦ୍ଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଏବଂ ପିଲାଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ସମ୍ପର୍କରେ ବୁଝାଇ ପୋଷାକ ବିତରଣ କରିଥିଲେ। ଉକ୍ତ ପୋଷାକ ସବୁ ପିତାତଳି ଏସ ଏଚ ଜି ଗୃପ ଯୋଗାଇ ଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସହକାରୀ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ଅରୁଣ କୁମାର ଜାନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.