ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା

youtube

କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସେପ୍ଟେମ୍ବର ୩ତାରିଖରେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ କହିଛି ଯେ ମହମ୍ମଦ ନିଜାମୁଦ୍ଦିନ ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ ତାଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗୁଳି କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ୨୯ବର୍ଷୀୟ ମହମ୍ମଦ ନିଜାମୁଦ୍ଦିନଙ୍କ ଘର ତେଲେଙ୍ଗାନାର ମହବୁବନଗର ଜିଲାର ବାସିନ୍ଦା । ତାଙ୍କ ବାପା ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ଉତ୍ତର ଏବଂ ନ୍ୟାୟ ଦାବି କରିଛନ୍ତି । ସେ ତାଙ୍କ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ନିଜାମୁଦ୍ଦିନ ମାଷ୍ଟର ଡିଗ୍ରୀ ପାଇଁ ଆମେରିକା ଯାଇଥିଲା ଏବଂ କାଲିଫର୍ନିଆର ସାଣ୍ଟା କ୍ଲାରାରେ ରହୁଥିଲା, କିନ୍ତୁ ସେ ତାଙ୍କ ଜଣେ ବନ୍ଧୁଙ୍କ ଠାରୁ ତାଙ୍କ ହତ୍ୟା ଖବର ମିଳିଥିଲା । ଜାତିଗତ ଭେଦଭାବ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ତାଙ୍କ ବାପା ସନ୍ଦେହ କରିଛନ୍ତି ।

Leave A Reply

Your email address will not be published.