ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଆମେରିକା ଯିବେ ପିୟୁଷ ଗୋୟଲ!

add-all

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟିକ ରାଜିନାମାକୁ ନେଇ ଆଶା ବଳବତ୍ତର ରହିଛି। ରାଜିନାମା ଲାଗି ଟ୍ରମ୍ପ ପ୍ରଶାସନ ସହିତ ଆଲୋଚନା ପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବଶୀଘ୍ର ଆମେରିକା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସରକାରୀ ସୂତ୍ରର ତଥ୍ୟ ଅନୁସାରେ, ଭାରତ ଏବଂ ଆମେରିକାର ମୁଖ୍ୟ ଆଲୋଚନାକାରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ କଥାବାର୍ତ୍ତା ପରେ ପୀୟୁଷ ଗୋୟଲଙ୍କ ଯାତ୍ରା ନିର୍ଦ୍ଧାରିତ ହୋଇଛି।

ଗତ ମଙ୍ଗଳବାର ଭାରତ ଏବଂ ଆମେରିକାର ଶୀର୍ଷ ଆଲୋଚନାକାରୀମାନେ ଉଭୟ ଦେଶର ଫାଇଦାକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ଚୁକ୍ତି ଶୀଘ୍ର ସମ୍ପନ୍ନ କରିବାର ପ୍ରୟାସକୁ ଆଗେଇନେବାକୁ ନିଷ୍ପତ୍ତି ନେଇଥିଲେ। ଗତ ମଙ୍ଗଳବାର ହୋଇଥିବା ଆଲୋଚନା ସମୟରେ ଆମେରିକାର ମୁଖ୍ୟ ମଧ୍ୟସ୍ଥ ବ୍ରେଣ୍ଡନ ଲିଞ୍ଚଙ୍କ ନେତୃତ୍ଵରେ ବାଣିଜ୍ୟିକ ଅଧିକାରୀ ଏବଂ ଭାରତର ସ୍ଵତନ୍ତ୍ର ସଚିବ ରାଜେଶ ଅଗ୍ରଓ୍ବାଲଙ୍କ ନେତୃତ୍ଵରେ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହା ପରେ ପାରସ୍ପରିକ ଶୁଳ୍କକୁ ନେଇ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ହେବା ନେଇ ଆଶା ଉଜ୍ଜୀବିତ ହୋଇଥିଲା।

ad-week
Leave A Reply

Your email address will not be published.