ମହାଳୟାରେ ବାଲୁଙ୍କେଶ୍ୱର ଘାଟରେ ତିଳ ତର୍ପଣ

youtube

ସମ୍ବଲପୁର: ପବିତ୍ର ମହାଳୟା ତିଥି ଅବସରରେ ସମ୍ବଲପୁର ମହାନଦୀର ପଠାରେ ଥିବା ବାଲୁଙ୍କେଶ୍ୱର ଘାଟରେ  ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ କାଳରୁ ଏହି ଘାଟରେ ତିଳ ତର୍ପଣର କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ରବିବାର ଏହି ଧାର୍ମିକ ଅନୁଷ୍ଠାନ ନନ୍ଦପଡାର ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ହୋଇଥିଲା । ରବିବାର ସକାଳ ସମୟରେ ୪୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ପୂର୍ବ ପୁରୁଷଙ୍କୁ ଅର୍ଘ୍ୟ ଓ ପିଣ୍ଡଦାନ ଅର୍ପଣ କରି ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଭକ୍ତି ଓ ଶ୍ରଦ୍ଧାର ସହିତ ପିତୃପୁରୁଷଙ୍କୁ ତିଳ ତର୍ପଣ ପ୍ରଦାନ କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.