ମଦମୁକ୍ତ ଓଡ଼ିଶା ନା ମଦବୃଦ୍ଧି ଓଡ଼ିଶା : ମାନବ ଅଧିକାର ସୁରକ୍ଷା ମଞ୍ଚ

youtube

ନିର୍ବାଚନ ଇସ୍ତାହାର କୁଆଡେ ଗଲା : ଏମ.ଏ.ଏସ.ଏମ

ବ୍ରହ୍ମପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ର ଆୟୋଜନ ହୋଇଛି l ନିଶାମୁକ୍ତ ଭାରତ ସମ୍ବିଳୀତ ଏକ ବାର୍ତ୍ତା ନେଇ ଆୟୋଜନ ହେଉଥିବା ଏହି ଗଣଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି l କିନ୍ତୁ ଓଡ଼ିଶା ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବନ୍ଦ ଥିବା ୭୦ଟି ମଦ ଦୋକାନକୁ ଖୋଲିବା ଅନୁମତି ଦେବା ସହ ନୂତନ ଭାବେ ୪ ଟି ଠିପି ଖୋଲା ମଦ ଦୋକାନ ଖୋଲିବା ଓ ୩ ଟି ମଦ କାରଖାନା ନୂତନ ଭାବେ ଖୋଲିବାକୁ ଲିଖିତ ଭାବେ ଉତ୍ତର ରଖିଛନ୍ତି , ଯାହାକୁ ଦୃଢ଼ ବିରୋଧ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଏକ ପ୍ରେସ ବାର୍ତ୍ତା ରେ ଆଜି କହିଛନ୍ତି ଯେ, ବିଜେପି ରାଜ୍ୟରେ ସରକାର ଗଠନ କଲେ ନିଶାମୁକ୍ତ ଓଡ଼ିଶା ଗଠନ କରିବ ବୋଲି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା, ସେ ଇସ୍ତାହାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଗୟା l ମଦମୁକ୍ତ ଓଡ଼ିଶା ଗଠନ ଦୂରର କଥା ବର୍ତ୍ତମାନ ରାଜ୍ୟ ସରକାର ଅଧିକରୁ ଅଧିକ ମଦ ଦୋକାନ ଖୋଲିବାରେ ଲାଗିଛନ୍ତି, ମଦ କାରଖାନା କରିବାକୁ ଲାଗିଛନ୍ତି l ବର୍ତ୍ତମାନ ପ୍ରତିଦିନ ଅପମିଶ୍ରିତ ମଦ କାରବାର ଯୋଗୁଁ ମଦମୃତ୍ୟୁ ବା ଅପରାଧିକ ମାମଲା ବୃଦ୍ଧି ପାଉଛି l ରାଜ୍ୟରେ ବିଭିନ୍ନ ପ୍ରକାର ହିଂସା ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଗୁଡ଼ିକ ପଛରେ ମଦ୍ୟ ପାନ ଏକ ସାଧାରଣ ଲକ୍ଷଣ ଭାବେ ଜଣାପଡ଼ୁଛି l ଏଭଳି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ଓଡ଼ିଶା ରାଜ୍ୟ ସରକାର ମଦ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପରିବର୍ତ୍ତେ ମଦ କୁ କୁଟିର ଶିଳ୍ପ ଭାବେ ଅନୁମତି ଦେବା ଏକ ନିର୍ଲଜ୍ଜ ଓ ଗଣତନ୍ତ୍ର ବିରୋଧୀ ପଦକ୍ଷେପ ବୋଲି ଅବନୀ ଗୟା ମତବ୍ୟକ୍ତ କରିଛନ୍ତି l

Leave A Reply

Your email address will not be published.