ଦେବାଶିଷଙ୍କୁ ଅଣାଦେଖା ? ବନ୍ଧୁ ମିଳନ କାର୍ଡରେ ନାହିଁ ନାଁ

add-all

କଟକ : ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ। କଟକ ବିଜେଡିରେ ଗଡବଡ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଦଶହରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ। ଆସନ୍ତା ୨୬ ତାରିଖରେ କଟକ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପାଇଁ ଏକ କାର୍ଡ ବଣ୍ଟା ଯାଇଛି। ହେଲେ ଏଥିରେ ଦେବାଶିଷଙ୍କ ନାଁକୁ ବାଦ୍‌ ଦିଆଯାଇଛି। କଟକ ମେୟର ସୁବାଷ ସିଂ, ବିଧାୟକ ସୌଭିକ୍ ବିଶ୍ଵାଳ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କର ନାଁ ଥିବାବେଳେ ଦେବାଶିଷଙ୍କ ନାଁ ବାଦ୍ ପଡିବାକୁ ନେଇ ରାଜନୀତି ସରଗରମ ହୋଇଛି। ଏ ନେଇ ଦେବାଶିଷ ସାମନ୍ତରାୟଙ୍କ ସହ ତାଙ୍କ ସହଯୋଗୀ ମାନେ ମଧ୍ୟ ଖପ୍ପା ହୋଇଛନ୍ତି।

ତେବେ ଦେବାଶିଷ ସମାନ୍ତରାୟ କିଛି ଦିନ ହେବ ଦଳ ବାବଦରେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ହେଉଥିବା ଚର୍ଚ୍ଚା ହେଉଛି। ସେପଟେ କଟକ ମେୟର ସୁବାଷ ସିଂ ଏହାକୁ ନେଇ କହିଛନ୍ତି ଯେ ଦେବାଶିଷଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଡରେ ନାଁ ନଥିଲେ ବି ରାଜ୍ୟ ଅତିଥି ଭାବରେ ଆସିବେ। ସମସ୍ତଙ୍କର ନାଁ କାର୍ଡରେ ଲେଖିବା ସମ୍ଭବ ନୁହେଁ । ତେବେ ଏହି ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ଗତ ଶୁକ୍ରବାର ଦିନ ଶ୍ରୀମୟୀଙ୍କ ସପକ୍ଷରେ କହିବାକୁ ଯାଇ ଦେବାଶିଷ କହିଥିଲେ ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ଏବଂ ସେ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି।

ad-week
Leave A Reply

Your email address will not be published.