ଓଡ଼ଗାଁ ଏନଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନ ଚାଲୁ ରହିଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ଓ ପରିଚାଳନା କେନ୍ଦ୍ର ବୁଲି ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ ।ଚଳିତ ମାସ ୨୨ ତାରିଖରେ ପଞ୍ଜୀକୃତ ବୁଲା ବିକାଳି ଓ ଉଠା ଦୋକାନୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।ଅନ୍ୟ ପକ୍ଷରେ ଆସନ୍ତା ୨୫ ତାରିଖରେ ସାରା ନଗର ବାସୀ ନିଜନିଜ ଅଞ୍ଚଳରେ ଶ୍ରମଦାନ କରି ସଫେଇ କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ବ୍ଲକ ସଭାଗୃହରେ ବ୍ଲକ ସ୍ତରୀୟ ସ୍ବଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ତାଲିମ ଶିବିରରେ ବିଭିନ୍ନ ପଞ୍ଚାୟତ ରୁ ନିର୍ବାଚିତ ପ୍ରତିିଧିମାନଙ୍କ ସହିତ ପ୍ରାୟ ସ୍ବଚ୍ଛତା ଗ୍ରାହୀ ଶିବିରରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ କବିତା କୁମାରୀ ପ୍ରଧାନ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ମନୋଜ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.