
ରାଉରକେଲା : ଫେରାର କଏଦୀର ମୃତଦେହ ଉଦ୍ଧାର । ରାଉରକେଲା ସ୍ବତନ୍ତ୍ର କାରାଗାରରୁ ବିଚାରାଧୀନ ଫେରାର ହୋଇଥିବା କଏଦୀର ମୃତ ଦେହ ଉଦ୍ଧାର । ସ୍ବତନ୍ତ୍ର କାରାଗାରର ପଛପଟ ଦୂର୍ଗାପୁର ପାହାଡ ତଳ ଶିବ ମନ୍ଦିରର ନିକଟରୁ ମୃତଦେହ ଉଦ୍ଧାର । ମୃତ ବିଚାରଧୀନ କଏଦୀ ହେଲେ ୩୦ ବର୍ଷିୟ ସୁରେଶ ବାର୍ଲା । ଗତ ଜୁନ ମାସରେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲରେ ଥିଲେ ସୁରେଶ । କିନ୍ତୁ ଗତ ବୁଧବାର ଦିନ ଜେଲରୁ ଫେରାର ହୋଇଯାଇଥିଲେ ସୁରେଶ । ଫେରାର ସୁରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୁରେଶଙ୍କ ପରିବାର ତାଙ୍କର ମୃତଦେହକୁ ଚିହ୍ନଟ କରିଥିବା ଜଣାପଡ଼ିଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।