
ଆନନ୍ଦପୁର : ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରା ହତ୍ୟା କରିଥିବା ନେଇ ପରିବାରର ଅଭିଯୋଗ । ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଘଟିଛି ହତ୍ୟାକାଣ୍ଡ ।
ଗାଁର ଜଗବନ୍ଧୁ ଦେଓଗାମ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଗବନ୍ଧୁଙ୍କ ପୁତୁରା ବୈଶିଙ୍ଗା ଦେଓଗାମ ଏଭଳି କାଣ୍ଡ ଭିଆଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ରାତି ଅଧରେ ଜଗବନ୍ଧୁଙ୍କୁ ଆକ୍ରମଣ ପରେ ସେ ଚିତ୍କାର କରିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକାରୀ ପୁତୁରା ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।