ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

add-all

ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।  ସୂଚନା ଅନୁସାରେ ଜୁନାଗଡ ବ୍ଲକ ମକରସୋଲା ଗାଁର ଦୈମତି ଭୋଈଙ୍କୁ ୪ ଦିନ ହେବ ଜ୍ବର ହେଉଥିଲା। ଜ୍ବର ବଢିବାରୁ ସନ୍ଧ୍ୟା ସମୟରେ ତାଙ୍କୁ ପରିବାର ଲୋକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେତେବେଳେ କୌଣସି ଡ଼ାକ୍ତର ନଥିବା ବେଳେ ନର୍ସ ମାନେ ସାଲାଇନ୍ ଦେଇଥିଲେ। କିନ୍ତୁ ରକ୍ତ ପରୀକ୍ଷା ଏବଂ ଅଧିକ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଗୋଟାଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାଙ୍କୁ ଦୌଡିବାକୁ ପଡ଼ିଥିଲା। ସେଇ ସମୟ ମଧ୍ୟରେ ଚିକିତ୍ସା ଅଭାବରୁ ଝିଅ ର ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ଟାଉନ୍ ଥାନା ପୁଲିସ୍‌ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ad-week
Leave A Reply

Your email address will not be published.