ନିଶାମୁକ୍ତ ହେବ ଭାରତ: ଗଣଦୌଡରେ ମୁଖ୍ୟମନ୍ତ୍ରୀ ହେଲେ ସାମିଲ

add-all

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ରବିବାର ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବିଜେପି ଜନତା ମୋର୍ଚ୍ଚା ଦ୍ଵାରା ଏହି ନମୋ ଯୁବ ରନ୍ ମାରାଥନ୍‌ ର ଆୟୋଜନ ହୋଇଛି। ଏହି ଅବସରରେ ୧୦ ହଜାରରୁ ଅଧିକ ଯୁବକ ଏବଂ ଯୁବତୀ କଳିଙ୍ଗ ଷ୍ଟାଡିୟମ୍‌ରୁଜନତା ମୈଦାନ ପର୍ଯ୍ୟନ୍ତ ଦୌଡିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ପ୍ରମୁଖ ଏହି ଦୌଡରେ ସାମିଲ ହୋଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଦେଶର ୭୫ ସହରରେ ଏହି ଗଣଦୌଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଦୌଡ଼ରେ ଯୁବ ପିଢ଼ିକୁ ସହ ୭୫ ବର୍ଷୀୟା ଉର୍ମିଳା ଦାସ ମଧ୍ୟ ଦୌଡ଼ିଛନ୍ତି । ଏହା ସହ ଯିଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତାଙ୍କୁ ୨୫ ହଜାର, ଦ୍ୱିତୀୟ ସ୍ଥାନ ୧୫ ହଜାର ଓ ତୃତୀୟ ସ୍ଥାନ ୧୦ ହଜାର ଟଙ୍କା ଚତୁର୍ଥ ସ୍ଥାନ ପାଇଁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଗଣଦୌଡ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢ଼ିକୁ ନିଶା ଠାରୁ ଦୂରେଇ ରହିବା, ଯୁବକ ଙ୍କୁ ନେଇ ଶସକ୍ତ, ସମୃଦ୍ଧ ରାଜ୍ୟ ଦିଗରେଆଗକୁ ନେବାକୁ ବାର୍ତ୍ତା ଦିଆଯାଇଛି ।

ad-week
Leave A Reply

Your email address will not be published.