H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର

youtube

ଆମେରିକା : ଟ୍ରମ୍ପ୍ ଙ୍କ H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର । ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ହ୍ବାଇଟ୍  ହାଉସ୍ । ଜାତୀୟତା ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ମେଡିକାଲ୍  ଗ୍ରାଜୁଏଟ୍ ମାନଙ୍କୁ H-1B ଭିସାର ୯୦ ଲକ୍ଷ ଟଙ୍କା ନିୟମରୁ ବାଦ ଦିଆଯାଇପାରେ ।

ହ୍ୱାଇଟ ହାଉସର ମୁଖପାତ୍ର ଟେଲର ରଜର୍ସ ଏକ ଇମେଲରେ ଏହା ସ୍ପଷ୍ଟ କରିଛନ୍ତି । ତେବେ ବିଧିବଦ୍ଧ ଭାବେ ଏ ବିଷୟରେ କୌଣସି ଘୋଷଣାନାମା କରାଯାଇ ନ ଥିବା ଜଣାପଡ଼ିଛି ।  ଆମେରିକାର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଜାତୀୟସ୍ତରର ଡାକ୍ତର ଓ ବିଶେଷଜ୍ଞମାନେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ଯଦି ଏମାନଙ୍କ କ୍ଷେତ୍ରରେ ଭିସା ନିୟମ ଲାଗୁ କରାଯାଏ, ତେବେ ସ୍ବାସ୍ଥ୍ୟସେବା ପ୍ରଭାବିତ ହେବାର ଆଶଙ୍କା କରିଛି ହ୍ବାଇଟ୍  ହାଉସ୍ । ଏଣୁ ଡାକ୍ତର ଓ ମେଡିକାଲ୍  ଗ୍ରାଜୁଏଟ୍ ମାନଙ୍କୁ ଏଥିରୁ ବାଦ ଦିଆଯାଇପାରେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ୨ ଦିନ ତଳେ ଆମେରିକା ଭିସାକୁ ନେଇ ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଥିଲେ । ଯେଉଁମାନେ ଆମରିକାରେ ଅଛନ୍ତି ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ । ଯେଉଁମାନେ ନୂଆ ଆବଦେନକାରୀ ସେମାନଙ୍କ କ୍ଷେତ୍ରରେ କେବଳ ଏହି ନୂଆ ନିୟମ ଲାଗୁ ହେବ । ନୂଆ H-1B ଭିସା ଆବେଦନ ପାଇଁ ବାର୍ଷିକ ୯୦ ଲକ୍ଷ ଟଙ୍କା ଦେବାକୁ ହେବ । ଯେଉଁମାନଙ୍କ ପାଖରେ H-1B ଭିସା ଅଛି ଏବଂ ସେମାନେ ଆମେରିକା ବାହାରେ ଅଛନ୍ତି, ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ ।

ଅନ୍ୟପଟେ ଟ୍ରମ୍ପ ଶୁକ୍ରବାର ନୂଆ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ । ଯାହାର ପ୍ରଭାବ ଖାସ୍ କରି ଭାରତୀୟଙ୍କ ଉପରେ ପଡିବ । କାହିଁକିନା ଭାରତୀୟମାନଙ୍କୁ ଏବେ ଭିସା ଆବେଦନ କରିବା ପାଇଁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପଦକ୍ଷେପ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ ।

Leave A Reply

Your email address will not be published.