
ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ । ତାଙ୍କ ଉପରେ ୧୦୪ଟି କେସ୍ ରହିଛି । ଗତ ୨୩ ମାସ ଧରି ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀ ଥିଲେ । ଜେଲରୁ ଆଜମ ମୁକୁଳିବା ପରେ ଜେଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିଲା ।
ନିକଟରେ ଆଜମ ଖାନଙ୍କୁ କ୍ୱାଲିଟି ବାର୍ ଜମି ଦଖଲ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଜମ ଜେଲରୁ ବାହାରିବା ପରେ ସମର୍ଥକ ଜୋରଦାର ସ୍ୱାଗତ କରିଛନ୍ତି । ଦଳୀୟ କର୍ମୀଙ୍କ ମହଲରେ ଖୁସିଲ ଲହରୀ ଖେଳି ଯାଇଛି । ଆଇନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷାବଳ ଭିତରେ ଜେଲରୁ ବାହାରିବା ପରେ ପୁଅଙ୍କ ସହ ରାମପୁର ଅଭିମୁଖେ ଯାତ୍ରା କରିଛନ୍ତି ଆଜମ ।
ଉତ୍ତର ପ୍ରଦେଶ ରାମପୁରର ଆଜମ ଖାନ କ୍ୱାଲିଟି ବାର୍ ମାମଲା ଦୀର୍ଘ ଦିନ ଧରି ବିବାଦରେ ରହିଛି । ସେ ୨୦୧୩ରେ ମନ୍ତ୍ରୀ ଥିବା ସମୟରେ କ୍ୱାଲିଟି ବାର୍ର ଜମିକୁ ଅବୈଧ ଭାବେ ଦଖଲ କରି ପତ୍ନୀ ଓ ପୁଅଙ୍କ ନାମରେ କରିଥିଲେ । ୨୦୧୯ ଜମି ମାଲିକ ଗଗନ ଅରୋଡାଙ୍କ ଅଭିଯୋଗ ପରେ ଏଫଆଇଆର ଦାୟର ହୋଇଥିଲା । ୨୦୨୪ରେ ଆଜମଙ୍କୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ୨୦୨୫ ମେରେ ଏମପି-ଏମଏଲଏ କୋର୍ଟ ଜାମିନ ଖାରଜ କରିଥିଲେ । ହେଲେ ସେପ୍ଟେମ୍ବରରେ ଅହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେବେଠୁ ସେ ସୀତାପୁର ଜେଲରେ ବନ୍ଦୀ ଥିଲେ ।
ଆଜମ ଖାନଙ୍କ ବିରୁଦ୍ଧରେ ଜମି ହଡ଼ପ, ଠକେଇ ଏବଂ ଧମକ ସହିତ ଜଡିତ ଅନେକ ମାମଲା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ଏବଂ ତାଙ୍କ ପରିବାର ବିରୁଦ୍ଧରେ ୨୦୦ ରୁ ଅଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ କେବଳ ଆଜମ ଖାନଙ୍କ ବିରୁଦ୍ଧରେ ୧୦୦ ରୁ ଅଧିକ ମାମଲା ରହିଛି ।