ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ନାୟକ ଶାହରୁଖ ଏବଂ ବିକ୍ରାନ୍ତ, ଶ୍ରେଷ୍ଠ ଅଭିନେତ୍ରୀ ରାଣୀ ମୁଖାର୍ଜୀ

youtube

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି ।

ଶାହରୁଖ ଖାନ ଏବଂ ବ୍ରିକାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିବା ବେଳେ ’12th ଫେଲ୍‌’ ଫିଲ୍ମ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି । ‘ମିସେସ୍‌ ଚାଟାର୍ଜୀ Vs ନରୱେ’ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିଛି ।

ସେହିପରି ଶ୍ରେଷ୍ଠ କୋରିଓଗ୍ରାଫି ଫିଲ୍ମ  ରକି ଆଣ୍ଡ ରାନୀ କୀ ପ୍ରେମ କାହାନୀର (ଢିଣ୍ଡୋରା ଗୀତ)କୁ ମିଳିଛି । ସେହିପରି ଶ୍ରେଷ୍ଠ ଗାୟକ ପିବିଏମ ଏସ ରୋହିତ(ବେବି), ଶ୍ରେଷ୍ଠ ଗାୟିକା ଶିଳ୍ପା ରାଓ ( ଚଲେୟା) ପାଇଁ ମିଳିଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଯାହାର ପ୍ରଯୋଜନା ଡ. ଇତି ସାମନ୍ତ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ଖଟୁଆ ।

Leave A Reply

Your email address will not be published.