ଜିଏସଟି ପ୍ରଭାବ ; ଏହି ଲୋକପ୍ରିୟ ବାଇକ୍‌ ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା

youtube

ନୂଆଦିଲ୍ଲୀ : ବଜାଜ୍‌ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂଆ ଜିଏସଟି ଦର ଲାଗୁ ହେବା ପରେ କମ୍ପାନୀ ଏହାର ଲାଭ ସିଧାସଳଖ ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘୋଷଣା କରିଛି । କମ୍ପାନୀ ନିଜର ଅତ୍ୟନ୍ତ ଲୋକପ୍ରିୟ ବାଇକ୍‌ ପଲ୍‌ସର୍‌ ରେଞ୍ଜ୍‌ର ଦାମ୍‌ ଖୁବ୍‌ କମ୍‌ କରିଛି । ଦାମ୍‌ କମ୍‌ କରିବା ସହ ଅଧିକରୁ ଅଧିକ ସୁବିଧା ସହ ନୂଆ ଦାମ୍‌ ଲଞ୍ଚ କରିଛି । ଜିଏସଟି ହ୍ରାସ ସହ କମ୍ପାନୀ ବୀମା ଓ ଫାଇନାସ୍‌, ସୁବିଧା ମଧ୍ୟ ପ୍ରଦାନ କରୁଛି । ଜାଣନ୍ତୁ କେଉଁ ରାଜ୍ୟରେ କେତେ ଶସ୍ତା ହୋଇଛି ଏହି ବାଇକ୍‌..

ୟୁପିରେ ଗ୍ରାହକ ପଲ୍‌ସର୍‌ ରେଞ୍ଜ୍‌କୁ କିଣିଲେ ୧୬,୦୦୦ ଟଙ୍କା ସଞ୍ଚୟ କରି ପାରିବେ । ବେସ୍‌ ମଡେଲ୍‌ ୧୨୫ ନେଅନ୍‌ର ଦାମ୍‌ ରେ ୭,୨୦୬ ଟଙ୍କା ହ୍ରାସ ହୋଇଛି । ସେହିପରି ପଲ୍‌ସର୍‌ ୧୨୫ ସିଏଫ ମଡେଲ୍‌ର ଦାମ୍‌ ୮,୧୨୨ ଟଙ୍କା ଶସ୍ତା ଓ ଏନଏସ ୧୨୫ ଏବିଏସ୍‌ର ଦାମ୍‌ ୯୩୧୯ ହ୍ରାସ ହୋଇଛି । ଏନ୧୬୦ ମଡେଲ୍‌ ଏବେ ୧୧,୮୫୫ ଟଙ୍କା ଶସ୍ତା ହୋଇଛି । ଉତ୍ତରପ୍ରଦେଶରେ ଫାଇନାସ୍‌, ବୀମା ଓ ଜିଏସଟି ହ୍ରାସ ପରେ ଏନ୧୬୦ କିଣିଲେ ପ୍ରାୟ ୧୬,୧୫୫ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ ।

ୟୁପି ଓ ବିହାରରେ ସଞ୍ଚୟ ଦାମ୍‌ ପ୍ରାୟ ପାଖାପାଖି । ମାତ୍ର ଏଠାରେ ପଲସର୍‌ ୧୫୦ର ଦାମ୍‌ରେ ୧୦,୪୩୯ ଟଙ୍କା ଶସ୍ତା ହୋଇଛି ।
ଦିଲ୍ଲୀରେ କିଣିଲେ ଏହା ୧୫,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ । ପଲସର୍‌ ୧୨୫ ସିଏଫର ଦାମ୍‌ରେ ୮,୦୧୧ ଟଙ୍କା ଶସ୍ତା ହୋଇଛି ।
ଏହା ବ୍ୟତୀତ ଦିଲ୍ଲୀରେ ଏନଏସ ୧୨୫ ଏବିଏସ ମଡେଲ୍‌ ୯,୦୦୬ ଟଙ୍କା ଶସ୍ତା ହୋଇଛି । ଏନ୧୬୦ ମଡେଲ୍‌ରେ ସବୁଠାରୁ ଅଧିକ ୧୧,୫୫୯ ଟଙ୍କା ଶସ୍ତା ହୋଇଛି ।
ଫାଇନାସ୍‌, ବୀମା ଓ ଜିଏସଟି ହ୍ରାସ ପରେ ଗ୍ରାହକ ଏନ୧୬୦ ୟୁଏସଡି ମଡେଲ ଉପରେ ଗ୍ରାହକ ୧୫,୭୫୯ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ ।

ସେହିପରି କର୍ଣ୍ଣାଟକରେ ପଲ୍‌ସର୍‌ର ବେସ୍‌ ମଡେଲ୍‌ ୧୨୫ ସିଏଫରେ ୮,୪୮୮ ଟଙ୍କା ହ୍ରାସ ହୋଇଛି । ସେହିପରି ଏନଏସ ୧୨୫ର ଦାମ୍‌ ଏନଏସ ୧୬,୫୯୭ ଟଙ୍କା ହ୍ରାସ ହୋଇଛି ।
କର୍ଣ୍ଣାଟକରେ ଟପ୍‌ ମଡେଲ୍‌ ଆରଏସ୨୦୦ର ଦାମ୍‌ ୧୭,୩୬୭ ଟଙ୍କା କମ୍‌ ହୋଇଛି । ଏହା ବ୍ୟତୀତ ୬,୧୦୦ ଟଙ୍କାର ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଫଳରେ ୨୩,୪୬୭ ଟଙ୍କା ସଞ୍ଚୟ କରିପାରିବେ ।

Leave A Reply

Your email address will not be published.