ଫିଲିପାଇନ୍ସ ପରେ ତାଇୱାନରେ ଟାଇଫୁନ୍ ରାଗାସାର ତାଣ୍ଡବ, ୧୪ ମୃତ ଓ ୧୨୪ ନିଖୋଜ

youtube

ତାଇୱାନ : ତାଇୱାନରେ ଟାଇଫୁନ ରାଗାସା ପ୍ରଳୟଙ୍କାରୀ ତାଣ୍ଡବ ରଚିଛି । ଏହି କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଯୋଗୁଁ ଏକ ହ୍ରଦର କୂଳ ଭାଙ୍ଗି ଗୁଆଙ୍ଗଫୁ ଟାଉନସିପରେ ପାଣି ପଶିଯାଇଥିଲା । ଫଳରେ ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥି ସହ ୧୨୪ ଜଣ ନିଖୋଜ ରହିଛନ୍ତି । ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ପୂର୍ବ ତାଇୱାନର ହୁଆଲୁଏନ୍ କାଉଣ୍ଟିର ୮୫୦୦ ନିବାସୀଙ୍କ ମଧ୍ୟରୁ ପାଖାପାଖି ୬୦ ପ୍ରତିଶତ ଲୋକ ନିଜ ଘରର ଉପର ମହଲାରେ ରହିଥିବା ଜଣାପଡିଛି । ଆଉ କିଛି ଲୋକ ନିଜ ଅଞ୍ଚଳ ଛାଡ଼ି ସମ୍ପର୍କୀୟଙ୍କ ଘରେ ରହିଛନ୍ତି । ଝଡ଼ ହେବା ଦ୍ବାରା ମଙ୍ଗଳବାର ଦିନ ହ୍ରଦର ୯ କରୋଡ ଟନ୍ ପାଣିରୁ ୬ କରୋଡ୍ ଟନ୍ ପାଣି ବାହାରକୁ ଆସିଥିଲା ।

Leave A Reply

Your email address will not be published.