ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

youtube

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଋଷ ସହିତ ସଂଘର୍ଷ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଭାରତ ଆମ ପକ୍ଷରେ ଅଛି । ତେବେ ଏନର୍ଜିକୁ ନେଇ କିଛି ମତଭେବ ରହିଛି କିନ୍ତୁ ତାହାକୁ ତୁଲାଯାଇ ପାରିବ ।

ଜେଲେନସ୍କି କହିଛନ୍ତି ଯେ, ୟୁରୋପ ଭାରତ ସହିତ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଉଚିତ । ଆମେ ଭାରତକୁ ଅଣଦେଖା କରିପାରିବୁ ନାହିଁ । ଆମକୁ ଭାରତରୁ ପଛକୁ ହଟିବା ଉଚିତ୍ ନୁହେଁ । ଏହା ବ୍ୟତୀତ, ଜେଲେନସ୍କି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦକୁ କହିଥିଲେ । ଯଦି ଚୀନ୍ ପ୍ରକୃତରେ ଏହି ସଂଘର୍ଷର ଅନ୍ତ ଚାହୁଁଛି । ତେବେ ସେ ରୁଷ ଉପରେ ଚାପ ପକାଇବା ଉଚିତ । ପୁଟିନଙ୍କ ରୁଷ ଚୀନ ବିନା କିଛି ନୁହେଁ ।

ଟ୍ରମ୍ପ୍ ଅନେକ ଥର କହିଛନ୍ତି ଯେ, ଭାରତ ଭଳି କିଛି ଦେଶ ରୁଷୀୟ ତେଲ କିଣି ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଦେଉଛନ୍ତି । ସେ ନାଟୋ ଦେଶଗୁଡ଼ିକୁ ମଧ୍ୟ ସମାଲୋଚନା କରି ଚେତାବନୀ ଦେଇଛନ୍ତି ଯେ, ଯଦି ରୁଷକୁ ଶାନ୍ତି ଆଲୋଚନା ପାଇଁ ବାଧ୍ୟ କରାନଯାଏ । ତେବେ ଆମେରିକା ମସ୍କୋ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଭାରି ଶୁଳ୍କ ଲଗାଇବ ।

Leave A Reply

Your email address will not be published.