ଭାରତୀୟ ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ବୃଦ୍ଧାଙ୍କୁ ଶିକୁଳି ପିନ୍ଧାଇ ପଠାଇଲେ

youtube

ଆମେରିକା : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ,୭୩ ବର୍ଷୀୟା ମହିଳା ଜଣକ ତାଙ୍କ ପରିବାର ସହିତ ମିଶି ଆମେରିକାରେ ୩୦ ବର୍ଷ ଧରି ରହି ଆସୁଥିଲେ । ବର୍ତ୍ତମାନ ମହିଳାଙ୍କୁ ଭାରତକୁ ନିର୍ବାସିତ କରାଯାଇଛି ।

ସୂଚନାନୁଯାୟୀ, ୭୩ ବର୍ଷୀୟା ଭାରତୀୟ ମହିଳା ହରଜିତ କୌର ପ୍ରାୟ ୩୦ ବର୍ଷ ଧରି ତାଙ୍କ ପରିବାର ସହିତ ଆମେରିକାରେ ରହୁଥିଲେ ।  ସେ ପଞ୍ଜାବ ମୋହାଲିର ମୂଳ ବାସିନ୍ଦା ବୋଲି ଜଣାପଡିଛି । ଆମେରିକାରେ ଆଇନଗତ ଭାବରେ ରହିବା ପାଇଁ ମହିଳାଙ୍କ ପାଖରେ ଆବଶ୍ୟକ ହେଉଥିବା କାଗଜପତ୍ର ନଥିଲା । ଫଳରେ ଟ୍ରମ୍ପ ପ୍ରଶାସନ ତାଙ୍କୁ ଭାରତକୁ ନିର୍ବାସିତ କରିଥିଲା । ଏଥି ସହ ମହିଳା ଜଣଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଭେଟ କରିବାକୁ ମଧ୍ୟ ମନା କରିଦେଇଥିଲେ । ବରଂ ତାଙ୍କ ହାତରେ ହାତକଡ଼ି ଏବଂ ଶିକୁଳି ପିନ୍ଧାଇ ଭାରତକୁ ନିର୍ବାସିତ କରିଦିଆଯାଇଥିଲା ।

ଏହାରି ମଧ୍ୟରେ ମହିଳା ପଞ୍ଜାବରେ ପହଞ୍ଚିଛନ୍ତି ବୋଲି ତାଙ୍କ ଓକିଲ ଦୀପକ ଆହଲୁୱାଲିଆ କହିଛନ୍ତି । ମହିଳା ଜଣଙ୍କୁ ଭାରତ ନିର୍ବାସିତ କରିବା ପୂର୍ବରୁ ତାଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା । ମହିଳାଙ୍କୁ ଶନିବାର ଦିନ ୨ଟାରେ ଲସ୍ ଆଞ୍ଜେଲସକୁ ନିଆଯାଇଥିଲା । ପରେ ତାଙ୍କୁ ଜର୍ଜିଆ ପଠାଯାଇଥିଲା । ଶେଷରେ ଚାର୍ଟର୍ଡ ବିମାନରେ ଆର୍ମେନିଆ ଦେଇ ଦିଲ୍ଲୀର ପଠାଇଦିଆଯାଇଥିଲା । ସେ ଦିଲ୍ଲୀର ଏକ ବିମାନରେ ଚଢିଥିଲେ । ତାଙ୍କୁ ଅଟକ ରଖିବାରୁ ମହିଳାଙ୍କ ପରିବାର ସଦସ୍ୟ ଏବଂ  ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କ ମୁକ୍ତି ଦାବି କରିବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧ କରିଥିଲେ ।

ଅନ୍ୟପଟେ ହରଜିତ କୌରଙ୍କ ଓକିଲ ଦାବି କରିଛନ୍ତି ଯେ, ଜର୍ଜିଆରେ ହରଜିତ କୌରଙ୍କୁ ୬୦ ରୁ ୭୦ ଘଣ୍ଟା ପାଇଁ କମ୍ବଳ ଘୋଡ଼ାଇ ବିନା ବିଛଣାରେ ତଳେ ଶୋଇବାକୁ ପଡୁଥିଲା । ତାଙ୍କର ନିକଟରେ ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିଲା । ଯାହା ଦ୍ବାରା ତାଙ୍କ ପାଇଁ ଉଠିବା ବସିବା ମଧ୍ୟ କଷ୍ଟକର ହୋଇପଡୁଥିଲା ।

ଯଦି ମହିଳାଙ୍କ ବିଷୟରେ କୁହାଯାଏ ତେବେ ସେ ୧୯୯୨ ମସିହାରେ ତାଙ୍କ ଦୁଇ ପୁଅଙ୍କ ସହ ଆମେରିକାକୁ ଯାଇଥିଲେ ।  ତାଙ୍କର କୌଣସି ଏକ ମାମଲାକୁ ୨୦୧୨ରେ ଖାରଜ କରାଯାଇଥିଲା ବୋଲି କୌଣସି ଏକ ରିପୋର୍ଟରୁ ଜଣାପଡିଛି । କିନ୍ତୁ ସେ ସେବେଠାରୁ ପ୍ରତି ୬ ମାସରେ ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟକୁ ରିପୋର୍ଟ କରୁଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି । ଏଥି ସହ ତାଙ୍କର ଡକ୍ୟୁମେଣ୍ଟ ମିଳିବା ପର୍ଯ୍ୟନ୍ତ ସେ ଆମେରିକାରେ ରହିପାରିବେ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଧ୍ୟ ପରିବାର ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.