ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

youtube

କରଞ୍ଜିଆ : ଅବକାରୀ ଥାନା ଅଧିକାରିଣୀଙ୍କ ଦବଙ୍ଗ ଗିରି । ଘରୁ ଉଠାଇ ଆଣି ଅବକାରୀ ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଏନେଇ ଯଶୀପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁ ଗତ ୨୨ ତାରିଖରେ ମାହାର୍ଦ୍ଦାପଳସା ଗାଁ ଢିପାସାହିର ରେଶମା ପିଙ୍ଗୁଆଙ୍କୁ ତାଙ୍କ ଘରୁ ଜୋରଜବରଦସ୍ତ ଅବକାରୀ ଥାନାକୁ ଉଠାଇ ଆଣିଥିଲେ । ଯଶିପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅବକାରୀ ଥାନାକୁ ଆଣି ପୂର୍ବରୁ ଜବତ ହୋଇଥିବା ମଦ ସହ ଫଟୋ ଉଠାଇବାକୁ ତାଙ୍କୁ କହିଥିଲେ । ହେଲେ ସେଥିରେ ରାଜି ନହେବାରୁ ହାଜତ ଭିତରେ ଥିବା ବାଥରୁମକୁ ନେଇ ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁଙ୍କ ସମେତ ଅନ୍ୟ ଜଣେ ମହିଳା କର୍ମଚାରୀ ରେଶମାଙ୍କୁ ନିସ୍ତୁକ ମାଡମାରି କୋର୍ଟ ଚାଲାଣ କରିଥିଲେ ।

ଗତ ୨୩ ତାରିଖରେ ପୀଡିତା ମହିଳା ଜାମିନରେ ଆସିବା ପରେ ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁଙ୍କ ବିରୋଧରେ ଯଶିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଅବକାରୀ ଥାନା ଅଧିକାରିଣୀ ମୁହଁ ଖୋଲି ନଥିବା ବେଳେ ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.