ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା : ଭୁଶୁଡ଼ିଲା ଘର, ୭ ଆହତ

youtube

ବେଜିଂ : ଆଜି ଚୀନର ଗାସୁରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୬ ରହିଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏଥିରେ ୭ଜଣ ଆହତ ହୋଇଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।  ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଫଳରେ ଲୋକଙ୍କ ଚିତ୍କାର ଶୁଭିବା ସହ ରାସ୍ତାରେ ଭିଡ଼ ସୃଷ୍ଟି ହୋଇଥିଲା ।

ସୂଚନାନୁଯାୟୀ, ଆଜି ସକାଳ ୫. ୪୯ରେ ଲଙ୍ଗସି କାଉଣ୍ଟିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତା ରହିଥିଲା । ସରକାରୀ ପ୍ରସାରକଙ୍କ ଅନୁଯାୟୀ, ଏଥିରେ ଆଠଟି ଘର ନଷ୍ଟ ହୋଇଛି ବୋଲି କୁହାଯାଇଛି । ଜରୁରୀକାଳୀନ କର୍ମଚାରୀମାନେ ଭଗ୍ନାବଶେଷ ସଫା କରୁଥିବା ଦେଖାଯିବା ସହ ଉଦ୍ଧାର କାର୍ଯ୍ୟ ଚାଲିଥିବାର ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.