
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ବୁଲିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଜମ୍ମୁ କଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ ସେପ୍ଟେମ୍ବର ୨୯ ରୁ ଅନେକ ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଲଜି ମନୋଜ ସିହ୍ନା ନିଜେ ସୂଚନା ଦେଇଛନ୍ତି ।
ମନୋଜ ସିହ୍ନା କହିଛନ୍ତି, କଶ୍ମୀର ଏବଂ ଜମ୍ମୁ ଡିଭିଜନର ପ୍ରମୁଖ ଟୁରିଷ୍ଟ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ । ଏହିସବୁ ସ୍ଥାନ ପହଲଗାମ ଆତଙ୍କୀ ଆକ୍ରମଣ ପରେ ବନ୍ଦ ହୋଇପଡିଛି । କଶ୍ମୀର ଡିଭିଜନର ଅରୁ ଭ୍ୟାଲି, ରାଫ୍ଟି ପଏଣ୍ଟ ୟାନ୍ନର, ଅକ୍କଡ ପାର୍କ, ପଦଶାହୀ ପାର୍କ ଏବଂ କମାନ ପୋଷ୍ଟ, ଡଗନ ଟପ୍, ରାମବନ, କଠୁଆର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଖୋଲାଯିବ ।
ମନୋଜ ସିହ୍ନା ଟ୍ବିଟ୍ କରି କହିଛନ୍ତି, ସୁରକ୍ଷା ଏଜେନ୍ସୀ ଏବଂ ଜିଲ୍ଲା ପ୍ରଶାସନ ସହିତ ବୈଠକରେ ବ୍ୟାପକ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ମାସରେ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ସୁରକ୍ଷା କାରଣରୁ ପର୍ଯ୍ୟଟନ ଗତିବିଧି ଉପରେ ରୋକ୍ ଲଗାଯାଇଥିଲା ।
ଅପରେସନ ସିନ୍ଦୂର ଅଭିଯାନ କରାଯାଇଥିଲା ଏବଂ ପାକିସ୍ତାନ ଏବଂ ପିଓକେରେ ଥିବା ଅନେକ ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଜୁନରେ ପ୍ରଶାସନ ପକ୍ଷରୁ ୧୬ଟି ପର୍ଯ୍ୟଟନ ସ୍ଥଳ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ କିଛି ସମ୍ବେଦନଶୀଳ ସ୍ଥାନ ଏବେ ଯାଏଁ ବନ୍ଦ ରହିଛି ।
ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖୋଲିବା ଦ୍ବାରା କଶ୍ମୀର ଏବଂ ଜମ୍ମୁର ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ନୂଆ ଉର୍ଜା ମିଳିବାର ଆଶା ରହିଛି । ଆତଙ୍କୀ ଘଟଣା ଏବଂ ସୁରକ୍ଷା କାରଣରୁ ସ୍ଥାନୀୟ ବ୍ୟବସାୟ ଏବଂ ହୋଟେଲ ରେଷ୍ଣୁରାଣ୍ଟ ପ୍ରଭାବିତ ହୋଇଥିଲା । ଏହାଦ୍ବାରା କେବଳ ପର୍ଯ୍ୟଟକ ନୁହେଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ଏବଂ ଆମଦାନୀ ମଧ୍ୟ ବଢିବ ।