ବିଶ୍ବ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ, ମିଳିତ ଜାତିସଂଘରେ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କଲା ଭାରତ

youtube

ନ୍ୟୁୟର୍କ : ପୁଣି ବିଶ୍ୱ ଦରବାରରେ ଖୋଲିଲା ପାକିସ୍ତାନର ଆତଙ୍କୀ ଚେହେରା । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କରିଛି ଭାରତ । ଅପରେସନ ସିନ୍ଦୂରରେ ଭାରତ ଉପରେ ପାକିସ୍ତାନର ବିଜୟ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି । ଯାହା ଅଯୋକ୍ତିକ ଓ ସଂପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ ହୋଇଛି । ଫଳରେ ପାକର ମିଛ ଦାବିକୁ ଭୁଲ ପ୍ରମାଣିତ କରିଛି ଭାରତ ।

ସରିଫଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି ଭାରତୀୟ କୂଟନୀତିଜ୍ଞ ପେଟଲ ଗେହଲଟ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହାସ୍ୟାସ୍ପଦ ନାଟକ ଦେଖିବାକୁ ମିଳିଛି । ଯିଏ ପୁଣି ଥରେ ତାଙ୍କ ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ ଆତଙ୍କବାଦକୁ ମହିମାନ୍ୱିତ କରିଥିଲେ । ଭାରତ ଆତଙ୍କବାଦ ବିରୁଦ୍ଧରେ ଏହାର ଶୂନ୍ୟ ସହନଶୀଳତା ନୀତି ମଧ୍ୟ ସ୍ପଷ୍ଟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ନାଟକ କିମ୍ବା ମିଛ ସତ୍ୟକୁ ଲୁଚାଇ ପାରିବ ନାହିଁ ।
ସମଗ୍ର ବିଶ୍ୱ ଜାଣେ ଯେ, ପାକିସ୍ତାନ ମାଟି ଆତଙ୍କବାଦୀଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି । ଚଳିତ ବର୍ଷ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ TRF ଆତଙ୍କବାଦୀ ସଂଗଠନ ସାମିଲ ଥିଲା । ଏହି ଆତଙ୍କବାଦୀ ଗୋଷ୍ଠୀର ପାକିସ୍ତାନରେ ମୂଳଦୁଆ ଅଛି ।

ପାକିସ୍ତାନ ଯିଏ ଦଶନ୍ଧି ଧରି ଓସାମା ବିନ୍ ଲାଡେନଙ୍କୁ ଦେଇଥିଲା ଆଶ୍ରୟ । ଯେତେବେଳେ ଏହାର ମନ୍ତ୍ରୀମାନେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଅଂଶୀଦାର ହେବାର ଅଭିନୟ କରି ସମ୍ପ୍ରତି ସ୍ୱୀକାର କରିଛନ୍ତି । ଯେ ସେମାନେ ଦଶନ୍ଧି ଧରି ଆତଙ୍କବାଦୀ ଶିବିର ଚଲାଇ ଆସୁଛନ୍ତି ।

ପାକିସ୍ତାନ ମେ ୯ ତାରିଖ ପର୍ଯ୍ୟନ୍ତ ଭାରତ ଉପରେ ଆହୁରି ଆକ୍ରମଣ ଧମକ ଦେଉଥିଲା । କିନ୍ତୁ ମେ ୧୦ ତାରିଖରେ ପାକିସ୍ତାନୀ ସେନା ସିଧାସଳଖ ଆମକୁ ଶତ୍ରୁତା ବନ୍ଦ କରିବାକୁ ଅନୁରୋଧ କରିଥିଲା । ଗେହଲଟ୍ କହିଥିଲେ ଯେ, ଭାରତୀୟ ସେନା ଦ୍ୱାରା ଅନେକ ପାକିସ୍ତାନୀ ବାୟୁସେନା ଘାଟି ଧ୍ୱଂସ କରାଯାଇଛି । ଯାହାର ଫଟୋ ପ୍ରମାଣ ଭାବେ ରହିଛି ।

Leave A Reply

Your email address will not be published.