
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଗତ ଜୁଲାଇରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ ଷ୍ଟାର୍ମରଙ୍କ ଏହି ଗସ୍ତକୁ କୂଟନୈତିକ ମହଲ ଗୁରୁତ୍ବ ଦେଉଛନ୍ତି। ଏହି ଚୁକ୍ତି କାର୍ଯ୍ୟକାରୀ ହେବାଫଳରେ ଭାରତ-ବ୍ରିଟେନ ବାଣିଜ୍ୟିକ କାରବାର ୧୨୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।