
ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ନ୍ୟାସନାଲ ହାଇୱେରୁ ବାହାରୁଥିବା ସମୟରେ ଥାରଟି ଡିଭାଇଡର ସହିତ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାନୁଯାୟୀ, ନ୍ୟାସନାଲ ହାଇୱେରୁ ଥାରଟି ବାହାରୁଥିବା ସମୟରେ ଡିଭାଇଡର ସହିତ ଧକ୍କା ହୋଇଥିଲା । ଫଳରେ ଆଜି ଭୋର ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ସେଥିରେ ୬ ଜଣ ଲୋକ ଥିବା ଜଣାପଡିଛି । ସେହି ୬ ଜଣଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ତିନି ଜଣ ପୁଅ ରହିଥିଲେ । ସେମାନେ କୌଣସି କାମରେ ଉତ୍ତର ପ୍ରଦେଶରୁ ଗୁରୁଗ୍ରାମ ଆସିଥିଲେ । ସେହି ସମୟରେ ଦୁର୍ଘଟଣା ଘଟିଥିଲା । ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଗୁରୁତର ଜଣଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାରି ମଧ୍ୟରେ ଜଣେ ଯୁବତୀ ପ୍ରତିଷ୍ଠା ମିଶ୍ର ବୋଲି ଚିହ୍ନଟ କରାଯାଇଛି । ଏନେଇ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି ।