
ତାମିଲନାଡୁ : ତାମିଲନାଡୁର କରୁର ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ବିଜୟ । ଏହାସହିତ ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଟିଭିକେର ଦୁଇ ନେତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି ।
ବିଜୟ ସେସିଆଲ ମିଡିଆରେ ବିଜୟ ଲେଖିଛନ୍ତି, ମୋ ହୃଦୟ ରେ ଥିବା ସମସ୍ତ ଲୋକଙ୍କୁ ନମସ୍କାର । କାଲି ଯାହା କରୁରରେ ହୋଇଥିଲା, ତାହା ଭାବି ମୋ ହ୍ଦୟ ଏବଂ ମୁଣ୍ଡ କାମ କରୁନି । ଏଭଳି ଦୁଃଖ ସ୍ଥିତିରେ ନିଜର ସଂପର୍କୀୟକୁ ହରାଇବାର କଷ୍ଟ କେମିତି କହିବି, ତାହା ଜାଣିନି । ମୋ ମନ ବହୁତ ଦୁଃଖ । ଏହା ଏମିତି କ୍ଷତି ଯାହାକୁ ମୁଁ କେବେ ବି ଭରଣ କରିପାରିବି ନାହିଁ । ଏହି କ୍ଷତି ଆଗରେ କୌଣସି ରାଶିର ବଡ଼ ନୁହେଁ । ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି କି, ଯେଉଁମାନେ ଆହତ ହୋଇଛନ୍ତି, ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
ଏଥିରେ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି । ଆହୁରି ବଢିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୯ ଶିଶୁ ୧୨ ଜଣ ମହିଳା ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ୨ଜଣ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୩୦ ହଜାର ଲୋକ ଯୋଗ ଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ । ରାଲି ପାଇଁ ଦିନ ୩ଟାରୁ ରାତି ୧୦ଟା ଯାଏଁ ମିଳିଥିଲା । କିନ୍ତୁ ଲୋକ ସକାଳ ୧୧ଟାରୁ ଜମା ହୋଇଥିଲେ ।
ଆଉ ଅନ୍ୟ ଏକ କାରଣ ହେଉଛି ଗୁଳୁଗୁଳି ଓ ଅଣନିଶ୍ବାସୀ । ସଭାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଲୋକ ଛିଡା ହେବାରୁ ଅଣନିଶ୍ବାସୀ ହୋଇପଡିଥିଲେ । ବିଜୟଙ୍କ ବସ୍ ନିକଟକୁ ଯିବା ପାଇଁ ଆଗକୁ ଦୌଡୁଥିଲେ ସମର୍ଥକ। ସେହି ସମୟରେ କିଛି ଲୋକ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ଭିଡ଼ ଭିତରେ ଆମ୍ବୁଲାନ୍ସ ଚଳାଚଳରେ ମଧ୍ୟ ଅସୁବିଧା ହୋଇଥିଲା । ରାଲିରେ ୫୦୦ରୁ ଅଧିକ ପୋଲିସ କର୍ମୀ ନିୟୋଜିତ ଥିଲେ ।