
୨୦୨୫ ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସୂର୍ଯ୍ୟ ବ୍ରିଗେଡ୍ ୫ୱିକେଟରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ତେବେ ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଏସିଆ କପରୁ ରୋଜଗାର ହୋଇଥିବା ଟଙ୍କା ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ମୃତ ପାକିସ୍ତାନୀ ନାଗରିକ ଏବଂ ପିଲାମାନଙ୍କୁ ଦାନ କରିବେ । ଏହି ବୟାନରୁ ଜଣାପଡୁଛି ଯେ ପାକିସ୍ତାନୀ କ୍ରିକେଟ୍ ଦଳ ଆତଙ୍କବାଦୀଙ୍କୁ ପୁରା ସମର୍ଥନ କରୁଛି ।
ସଲମାନ କହିଛନ୍ତି ଯେ ତାଙ୍କ ଦଳ ଭାରତର ଅପରେସନ ସିନ୍ଦୂରରେ ମୃତକଙ୍କ ପରିବାରକୁ ଏହାର ସମ୍ପୂର୍ଣ୍ଣ ମ୍ୟାଚ୍ ଫି ଦାନ କରିବ । ଆପଣମାନେ ଜାଣିଥିବେ ଯେ ପାକିସ୍ତାନରେ ଜନ୍ମିତ ଆତଙ୍କବାଦୀମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି କାରଣରୁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ଅପରେସନ ସିନ୍ଦୂରରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ପରିବାରର ୧୦-୧୪ଜଣ ସଦସ୍ୟ ମଧ୍ୟ ନିହତ ହୋଇଥିବା ରିପୋର୍ଟ ଆସିଥିଲା । ପାକିସ୍ତାନର ପଞ୍ଜାବର ବାହାୱଲପୁରରେ ଜୈଶ-ଏ-ମହମ୍ମଦର ଏକ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନ ଅଧିନାୟକଙ୍କ ମ୍ୟାଚ୍ ଫି ଦାନ କରିବା ଘୋଷଣା ସ୍ପଷ୍ଟ କରିଛି ଯେ ସେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।