
ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ । ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ । ଘନଘନ ବିସ୍ଫୋରଣରେ ଥରିଛି କିଭ । ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ନାବାଳିକା ଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।
କିଭ ଉପରେ ହୋଇଥିବା ମିସାଇଲ ମାଡ଼ରେ ଇନଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଓଲୋଜି ନଷ୍ଟ ହୋଇଛି । ସେହିପରି ଅନେକ ବଡ଼ ବଡ଼ ବିଲ୍ଡିଂ ମଧ୍ୟ ନଷ୍ଟ ହୋଇଛି । ସହରର ବଡ଼ ବଡ଼ ଇନଫ୍ରାଷ୍ଟକଚରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି ଋଷ। ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଜୋରବାର ବୋଲି ବୋଲି ଜଣାପଡିଛି ।
ଜାପୋରିଜିଆ, ସୁମି, ମାଇକୋଲାଇଭ୍, ଚେର୍ନିହିଭ୍ ଏବଂ ଓଡେସା ଉପରେ ରୁଷ ଏହି ଭୟଙ୍କର ଆଟାକ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରିବା ସହ ଋଷର ଯୁଦ୍ଧଖୋର ନୀତିକୁ ସମାଲୋଚନା କରିଛନ୍ତି। ମସ୍କୋ ଯୁଦ୍ଧ ଜାରି ରଖିବା ସହ ୟୁକ୍ରେନବାସୀଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛନ୍ତି ଜେଲେନସ୍କି।