
ଫ୍ରାନ୍ସ : ଆମେରିକା ପରେ ଫ୍ରାନ୍ସରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀ ଖର୍ଚ୍ଚକାଟକୁ ବିରୋଧ କରି ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି । ଫଳରେ ପ୍ରଦର୍ଶନ ଯୋଗୁଁ ପ୍ୟାରିସର ପ୍ରସିଦ୍ଧ ଆଇଫିଲ ଟାୱର ବନ୍ଦ ରହିଥିଲା । ଫ୍ରାନ୍ସର ୨୦୦ରୁ ଅଧିକ ସହରର ହଜାର ହାଜର ଶ୍ରମିକ, ରିଟାୟର୍ଡ ଲୋକ ଏବଂ ଛାତ୍ର ରାସ୍ତାକୁ ଓହ୍ଲାଇଥିଲେ ।
ପ୍ୟାରିସରେ ପ୍ରଦର୍ଶନକାରୀ ପ୍ଲେସ ଦ ଇଟଲୀରୁ ବିକ୍ଷୋଭ ଆରମ୍ଭ କରିଥିଲେ । ଆଇଫିଲ ଟାଓ୍ବର ପ୍ରଶାସନ ବୟାନ ଜାରି କରି ବିକ୍ଷୋଭ ଯୋଗୁଁ ସ୍ମାକକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା । ଏହି ଦେଶବ୍ୟାପୀ ହଡତାଳରେ ଫ୍ରାନ୍ସର ପ୍ରମୁଖ ୟୁନିଅନ ସାମିଲ ହୋଇଛନ୍ତି । ଗତ ମାସରେ ବଜେଟକୁ ନେଇ ରାଜେନୖତିକ ହୁଲସ୍ତୁଲ ଏବଂ ଚର୍ଚ୍ଚା ହୋଇଥିଲା ।
ୟୁନିଅନ କହିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଜେଟ ପ୍ରସ୍ତାବକୁ ଛାଡି ଦେବା ଉଚିତ । ଯେଉଁଥିରେ ସାମାଜିକ କଲ୍ୟାଣ ଯୋଜନା ଉପରେ ରୋକ ଏବଂ ଖର୍ଚ୍ଚ କାଟ୍ ଭଳି କଥା ରହିଛି । ସାଧାରଣ ନାଗରିକଙ୍କୁ ଛାଡି ଧନୀ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି ପ୍ରଦର୍ଶନକାରୀ ।
ଗତମାସରେ ପ୍ରଧାନମନ୍ତ୍ରୀ ହୋଇଥିବା ସେବାଷ୍ଟିଆନ ଲେକୋର୍ନୁ ଏଯାଏଁ ନିଜ ବଜେଟ ବିଷୟରେ ସୂଚନା ଦେଇନାହାନ୍ତି କି ନିଜ ମନ୍ତ୍ରୀମଣ୍ଡଳ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବରୋଧ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ସେପ୍ଟେମ୍ବର ୩୦ରେ ରିପ୍ଲବିକାନ ସଦସ୍ୟ ମାନେ ୧୧ ନଭେମ୍ବର ଯାଏ କଣ୍ଟିନ୍ୟୁଇଂ ରିଜୋଲ୍ୟୁସନ ପାସ୍ କରିଥିଲେ । ହେଲେ ସିନେଟରେ ଡେମୋକ୍ରେଟିକ ମାନେ ଏହାକୁ ବିରୋଧ କରିବା ପରେ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା । ଆମେରିକାର ପ୍ରାୟ ୨୦ ଲକ୍ଷ ଲକ୍ଷ କର୍ମଚାରୀ ସଟଡାଉନ ଦ୍ବାରା ପ୍ରଭାବିତ ହେଇଥିଲେ।