ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର, ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ

youtube

ଚୌଦ୍ବାର: ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର । ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ୨ ଡକାୟତ ଫେରାର ହୋଇଯାଇଛନ୍ତି । ଜେଲ ସେଲ୍ କାଟି ଫେରାର ହୋଇଯାଇଛନ୍ତି ୨ ବିହାରୀ ଡକାୟତ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ । ଫେରାର କଏଦୀଙ୍କୁ ଧରିବା ପାଇଁ କଟକ ଜୋନ-୧ ଏସିପି ଓ ଚୌଦ୍ୱାର ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

ଏହି ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ ।  ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି ।  କମ୍ୱଳ କାଟି ଦଉଡି କରିଥିଲେ ଫେରାର ଦୁଇ କଏଦୀ । ଏନେଇ ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ ।

ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି ।  ଫେରାର ଦୁଇ କଏଦୀ ଚନ୍ଦ୍ରକାନ୍ତ ଓ ବିକାଶ କୁମାର । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.