ରାଜଧାନୀରେ ଫୁଟିଲା ଗୁଳି, ସଙ୍ଘବଦ୍ଧ ଆକ୍ରମଣରେ ୩ ଆହତ

ଭୁବନେଶ୍ବର: ରାଜଧାନୀରେ ଗୁଳିମାଡ଼ । ଭରତପୁର ଥାନା କୋଳଥିଆ ନିକଟ ଏକ ହସ୍ପିଟାଲ ପାଖରେ ଗୁଳିମାଡ଼ । ଗଣେଶ ପୂଜା ମଣ୍ଡପ ନିକଟରେ ଗୁଳିମାଡ଼ କଲେ ଦୁର୍ବୁତ୍ତ। ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କରାଇବା ସହ ଗୋଡାଇ ଗୋଡାଇ ପିଟିଲେ। ମାରଣାସ୍ତ୍ର ଆକ୍ରମଣରେ ଜଣେ ଯୁବକ ଆହତ । ଅନ୍ୟ ଜଣଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ରକ୍ତାକ୍ତ କରିଛନ୍ତି । କାରରେ ୩୦ରୁ ୪୦ ଯୁବକ ଆସି ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ  ।

ସିସିଟିଭି ଫୁଟେଜରେ ବନ୍ଧୁକ ଧରିଥିବା ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି ପୋଲିସ । ଘଟଣା ପଛରେ କଣ କାରଣ ରହିଛି ଏବଂ ଆକ୍ରମଣରେ କେଉଁମାନେ ସାମିଲ ଥିଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପକ୍ଷରୁ ପ୍ରୟାସ ଚାଲିଛି ।

ad-week
Leave A Reply

Your email address will not be published.