ଧସିଲା ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ, ୧୨ ଟି ଗାଁର ଗ୍ରାମବାସୀ ଆତଙ୍କିତ

ରାଜନଗର: କୂଳ ଖାଉଛି ବ୍ରାହ୍ଣଣୀ ନଦୀ । ଧସିଲା ବ୍ରାହ୍ମଣୀ ନଦୀ ବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଯଦୁଚନ୍ଦ୍ରପୁର ନିକଟରେ ପଥର ପ୍ୟାକିଙ୍ଗକୁ ଧସେଇ ନେଇଛି ବ୍ରାହ୍ଣଣୀ ନଦୀ । ଉଚ୍ଚ ଜୁଆର ଫଳରେ ସ୍ଥାନୀୟ ୧୨ ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ପୂର୍ବରୁ ବ୍ରାହ୍ମଣୀ ନଦୀ ଗର୍ଭରେ ବାରଗାଁର ଶହ ଶହ ପରିବାରର ଭିଟାମାଟି ଲୀନ ହୋଇସାରିଛି । ବ୍ରାହ୍ମଣୀ ନଦୀ ଭିଟାମାଟି ଖାଇବା ପରେ ତଟବନ୍ଧ ବିଭାଗ ପକ୍ଷରୁ ପଥର ପ୍ୟାକିଙ୍ଗ ଓ ସ୍ପର କରାଯାଇ ଗାଁକୁ ରକ୍ଷା କରିବାକୁ ଉଦ୍ୟମ କରାଯାଇଛି । ୨୦୨୩ -୨୪ରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଯଦୁଚନ୍ଦ୍ରପୁର ଠାରୁ ମା ମାଟିଆ ମଙ୍ଗଳାଙ୍କ ମନ୍ଦିର ପର୍ଯ୍ୟନ୍ତ ୮୦୦ ମିଟର ପଥର ପ୍ୟାକିଙ୍ଗ ଓ ଡମ୍ପିଙ୍ଗ କରାଯାଇଥିଲା ।

କାମ ସମୟରେ ନିମ୍ନ ମାନର କାମ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏବେ ପଥର ପ୍ୟାକିଙ୍ଗ ଓ ଡମ୍ପିଙ୍ଗ ଧସିବାରେ ଲାଗିଛି । ଯେଉଁ ସ୍ଥାନରେ ପଥର ପ୍ୟାକିଙ୍ଗ ଧସିବା ସହ ଭାସି ଯାଇଛି ସେଠାରୁ ମାତ୍ର ୩୦ ମିଟର ଦୂରରେ ଜନବସତି ରହିଛି । ନଦୀରେ କୁମ୍ଭୀର ଥିବାରୁ ସ୍ଥାନୀୟ ଲୋକେ ଅଧିକ ଭୟଭୀତ ହୋଇପଡିଛନ୍ତି । ତୁରନ୍ତ ପଥର ବନ୍ଧ ମରାମତି ପାଇଁ ଲୋକେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.