ପୋଲିସ ପକ୍ଷରୁ ଅପରେସନ ଅଗ୍ନି କୁ ନେଇ ବାଣ ବ୍ୟବସାୟୀ ଛାନିଆ…..!

add-all


ସାରା ରାଜ୍ୟରୁ କୋଟି କୋଟି ଟଙ୍କାର ବାଣ ଜବତ …..!
ବ୍ରହ୍ମପୁର: ଚଳିତ ମାସ ୧୩ ତାରିଖ ରେ ଏବେ ଠାରୁ ଜୀବନ କୁ ବାଜୀ ଲଗାଇ ବାଣ ପ୍ରସ୍ତୁତି ଜୋର ଦାର ଚାଲିଥିବା ସମ୍ପର୍କ ରେ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା।ଏହି ଖବର ପ୍ରକାଶ ପରେ ପୋଲିସ ଅପରେସନ ଅଗ୍ନି ନାଁ ଦେଇ ଆକ୍ସନ ମୁଡ଼ରେ ଆସି ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହର ରେ ଥିବା ଗୁପ୍ତ ଗୋଦାମ ରେ ଲକ୍ଷାଧିକ ଟଙ୍କାର ବାଣ ଏବେ ବି ଗଚ୍ଛିତ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଅପରେସନ ଅଗ୍ନି ଜାରି ରହିଲେ ଚଳିତ ବର୍ଷ ଦୀପାବଳି ଫିକା ପଡ଼ିବା ସ୍ୱାଭାବିକ l ବାଣ କୁ ନିଷେଧ କୁ ନେଇ ମଧ୍ୟ ଉଚ୍ଚତମ ନ୍ୟାଳୟ ତାଗିଦ କରିଛନ୍ତି, କାରଣ ପରିବେଶ କୁ ଧ୍ୟାନ ଦିଆଯାଇଛି ସରକାର ବି ଏହାକୁ ସ୍ୱାଗତ କରିଛନ୍ତି ଯାହାକୁ ନେଇ ପୋଲିସ ପ୍ରଶାସନ ତରଫରୁ ଅପରେସନ ଅଗ୍ନି ଆରମ୍ଭ ହୋଇଛି ରାଜ୍ୟ ର ଅନେକ ଜିଲ୍ଲା ରେ ବାଣ ଗଛିତ ଜାଗାରେ ଚଢ଼ାଉ ହୋଇଛି ସେଥିମଧ୍ୟରୁ ଶୀର୍ଷରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ଯାହାକି କୋଟି କୋଟି ଟଙ୍କାର ଗଛିତ ବାଣ ବିଭିନ୍ନ ଅଞ୍ଚଳ ରୁ ଜବତ କରିଛନ୍ତି ସୁନ୍ଦରଗଡ଼ ଏସ ପି ଅମ୍ରିତ କୋର ସିଂ l କିନ୍ତୁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ପୋଲିସ ର କୌଣସି ପଦକ୍ଷେପ ନେବା ନଜରକୁ ଆସିନି ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ବାରୂଦ ଗଦାରେ କାରଣ ଆସିକା ଅଞ୍ଚଳ ରେ ବାଣ ତିଆରି ହୁଏ ଆସିକା ପୋଲିସ ସବୁ ଜାଣି ନୀରବ କୌଣସି ବାଣ ତିଆରି ଜାଗା କିମ୍ବା ଗଛିତ ଗୋଦାମ ଉପରେ ଚଢ଼ାଉ ହୋଇ ନାହିଁ l ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବି ସେହି ଏକା ଅବସ୍ଥା ଦେଖାଯାଉ ଆଗକୁ କଣ ହେଉଛି l କିନ୍ତୁ ଅପରେସନ ଅଗ୍ନି ପାଇଁ ବାଣ ବ୍ୟବସାୟୀ ମନରେ ଛନକା ପଶିଲାଣି l

ad-week
Leave A Reply

Your email address will not be published.