
ଅହମ୍ମଦାବାଦ: ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜ୍ ଦୁଇ ଟିକିଆ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିଲା ଭରତ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ କୁ ୧୬୨ରନରେ ଅଲଆଉଟ୍ କରିଛି । ୱେଷ୍ଟଇଣ୍ଡିଜ୍ କୁ ଇସିଂସ ଓ ୧୪୦ ରନରେ ହରାଇଲା ଭାରତୀ ଟିମ୍ । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୪୬ରେ ଅଲଆଉଟ୍ ହୋଇଛି । ଏହି ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ରବିନ୍ଦ୍ର ଜାଡେଜା । ପ୍ରଥମେ ଶତକ ହାସଲ ପରେ ୪ଟି ୱିକେଟ ନେଇଥିଲେ ଜାଡେଜା ।
ଏହି ଟେଷ୍ଟରେ ଭାରତୀୟ ଦଳ ଚମକ୍ରାର ବ୍ୟାଟିଂ ପ୍ରଦର୍ଶନ କରିଛି । କେ.ଏଲ୍ ରାହୁଲ, ଧ୍ରୂବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ । ଦ୍ୱିତୀୟ ଦିନ ଶେଷରେ ଟିମ ଇଣ୍ଡିଆର ସ୍କୋର ୪୪୮/୫ଥିଲା । ତୃତୀୟ ଦିନ ଆରମ୍ଭରେ ଭାରତ ୨୮୬ରନରେ ଲିଡ୍ ରହିଥିଲା ।