ଦିନିକିଆରେ ବି ଶୁବମନ୍ କ୍ୟାପ୍ଟେନ

add-all

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍‌ଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ୍‌ ଶର୍ମାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଶ୍ରେୟସ ଆୟରଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ବିସିସିଆଇ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ପାଇଁ ଟିମ୍ ଘୋଷଣା କରିଛି । ୨୦୨୭ ବିଶ୍ଵକପ୍ ପ୍ରସ୍ତୁତି ପାଇଁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଟିମ ଘୋଷଣା ହୋଇଛି। ଶ୍ରେୟସ୍ ଆୟରଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଥିବାବେଳେ ରବୀନ୍ଦ୍ର ଜାଡେଜା ବାଦ୍ ପଡିଛନ୍ତି। ଧ୍ରୃବ୍ ଜୁରେଲଙ୍କୁ ସାମିଲ କରାଯାଇଛି। ପ୍ରାୟ ୬ ମାସ ପରେ ରୋହିତ୍ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳକୁ ଫେରିଛନ୍ତି।

ad-week
Leave A Reply

Your email address will not be published.