କଟକରୁ କର୍ଫ୍ୟୁ ହଟିଲା

add-all

କଟକ: କଟକରୁ ହଟିଲା କର୍ଫ୍ୟୁ।  କଟକ ସହରରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର ହୋଇଛି। ଏ ନେଇ ସୂଚନା ନେଇ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି। ପୁଲିସ୍ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୁଲିସ୍‌ ମୁତୟନ ହୋଇଛନ୍ତି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନି। ପରିସ୍ଥିତି ଦେଖି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ।

ତେବେ ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଥିଲା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ଲାଗିଥିଲା । କର୍ଫ୍ୟୁ ହଟିବା ପରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ହୋଇଥିଲା । ମଙ୍ଗଳାବାଗ, କ୍ୟାଣ୍ଟନ୍‍ମେଣ୍ଟ, ପୁରୀଘାଟ, ବାଦାମବାଡି, ଲାଲବାଗ୍‍, ବିଡାନାସୀ, ମର୍କତନଗର, ସିଡିଏ ଫେଜ୍‍-୨, ମାଲଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା । ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

ad-week
Leave A Reply

Your email address will not be published.