
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳି ତଥା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଶୁଭ୍ରାଂଶୁ ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।
ନକଟରେ ରଣଜୀ ମ୍ୟାଚ ପାଇଁ ୧୫ଜଣିଆ ଟିମ ଘୋଷଣା କରିଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଥିଲେ । ଚଳିତ ମାସ ୧୫ ତାରିଖରୁ ଓଡ଼ିଶା ରଣଜୀ ଅଭିଯାନ ଆରମ୍ଭ କରିବ । ଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳାଯିବ । ଓଡ଼ିଶା ଟିମ୍ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ । ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଶୁଭ୍ରାଂଶୁ ।