ବାଲେଶ୍ଵରରେ କର୍ଫ୍ୟୁ ଖବରକୁ ମିଛ କହିଲେ ଏସ୍‌ପି

add-all

ବାଲେଶ୍ୱର: ବାଲେଶ୍ଵରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ। ଏ ନେଇ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସ୍‌ପି। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଛି। କେବଳ ରାତିରେ ଦୋକାନ ଖୋଲା ନ ରଖିବାକୁ ନିର୍ଦେଶ ରହିଛି।

ବାଲେଶ୍ବର ସହରରେ କେବଳ ରାତି ୧୦ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପ୍ରଶାସନ କଟକଣା କରିଛି। ଏହି ରାତ୍ରିକାଳୀନ କଟକଣା ଆସନ୍ତା ୨୧ ତାରିଖ ଯାଏ ବଳବତ୍ତର ରହିବ। ପୂଜା ଭସାଣ ପରଠାରୁ ଏବେ ବି ସହରର ପୁଲ୍‌ବଜାର ସମେତ ସୁନହଟ, ଗୋଳାପୋଖରୀ ପ୍ରଭୃତି ଅଞ୍ଚଳରେ ୯ ପ୍ଲାଟୁନ ପୁଲିସ ଓ ଫୋସ ମୁତୟନ ଅଛନ୍ତି। ଜିଲାପାଳଙ୍କ ନିର୍ଦେଶ ଆଧାରରେ ଏହା ଘୋଷଣା କରାଯାଇଥିଲା। ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.