
ରାଉରକେଲା : ରାଉରକେଲା ରଘୁନାଥପାଲି ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ଜେନାକୁ ମଧ୍ୟ ଗିରଫ କରିଛି । ପୀଡ଼ିତାଙ୍କ ଲିଖିତ ଏଫଆଇଆର୍ ପରେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଗତକାଲି ରାତିରେ ଜଣେ ବିବାହିତା ମହିଳା ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ରଘୁନାଥପାଲି ଥାନା ନିକଟରେ ଥିବା ଓଭରବ୍ରିଜ ପାଖ ରେଳ ଲାଇନ୍ କଡ଼ରେ ଦୁଷ୍କର୍ମ ହୋଇଥିଲା । କାହ୍ନୁ ଚରଣ ଜେନା ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କ ଖସି ଆସିଥିଲେ । ଥାନାରେ ପହଞ୍ଚି ଘଟଣା ସଂପର୍କରେ ଯୁବତୀ ଜଣଙ୍କ ସୂଚନା ଦେବା ପରେ ରଘୁନାଥପାଲି ଥାନା ପୋଲିସ୍ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।