ପାକିସ୍ତାନରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

youtube

ପାକିସ୍ତାନ : ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍ ବିଦ୍ରୋହୀ ଗୋଷ୍ଠୀ  ବଲୁଚ୍ ରିପବ୍ଲିକାନ୍ ଗାର୍ଡସକୁ ଦୋଷୀ ବୋଲି ଦାବି କରିଛି । ଟ୍ରେନଟି ପେଶାୱର ଅଭିମୁଖେ ଯାଉଥିବା ସମୟରେ ଏହାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି । ଆକ୍ରମଣ ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀ ଏବଂ ପୋଲିସ ଘେରାବନ୍ଦୀ କରିନେଇଛି । ଟ୍ରେନ୍ ଟ୍ରାକଗୁଡିକୁ ଯାଞ୍ଚ କରିବା ପାଇଁ ବୋମା ନିଷ୍କ୍ରିୟକାରୀଙ୍କୁ ନିୟୋଜିତ କରାଯାଇଛି ।

ସୂଚନାନୁଯାୟୀ, ଏହି ଆକ୍ରମଣ ପାଇଁ ବଲୁଚ୍ ରିପବ୍ଲିକାନ୍ ଗାର୍ଡସ ଦାୟୀ ବୋଲି ବଲୁଚ୍ ରିପବ୍ଲିକାନ୍ ଗାର୍ଡସର ଜଣେ ମୁଖପାତ୍ର ଏକ ପ୍ରେସ୍ ମିଟ୍ ଜାରି କରି କହିଛନ୍ତି । ଏହା ସହିତ ସେମାନେ କହିଥିଲେ ଯେ, ଆଜି ସେମାନେ ଶିକାରପୁର ଏବଂ ଜାକୋବାବାଦ ମଧ୍ୟରେ ଥିବା ସୁଲତାନ କୋଟରେ ଏକ ରିମୋଟ୍ କଣ୍ଟ୍ରୋଲ୍ IED ବିସ୍ଫୋରଣ ସହିତ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଆକ୍ରମଣ ପ୍ରଥମ ଥର ପାଇଁ ହୋଇନାହିଁ ବରଂ ଏହା ପୂର୍ବରୁ ଅନେକ ଥର ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍ କରାଯାଇଛି । ପାକିସ୍ତାନୀ ସୈନିକମାନେ ଜାଫର ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା । ଯାହାଫଳରେ ଏଥିରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲାବେଳେ ଆହତ ମଧ୍ୟ ହୋଇଥିଲେ ।  ଟ୍ରେନର ୬ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ବେଲଚୁସ୍ତାନକୁ ଯେପର୍ଯ୍ୟନ୍ତ ସ୍ବାଧୀନତା ନମିଳିଛି ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ବଲୁଚ୍ ରିପବ୍ଲିକାନ୍ ଗାର୍ଡସ କହିଛନ୍ତି ।

Leave A Reply

Your email address will not be published.