ପଦାର୍ଥ ବିଜ୍ଞାନରେ ଆମେରିକାର ୩ ଜଣଙ୍କୁ ନୋବେଲ ପୁରସ୍କାର

youtube

ସ୍ବିଡେନ : ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି । ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ ଏନର୍ଜୀ କ୍ଵାଣ୍ଟାଇଜେସନର ଆବିସ୍କାର କ୍ଷେତ୍ରରେ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ରୟାଲ ସ୍ଵେଡିଶ ଏକାଡେମୀ ଏଫ ସାଇନସେସ ତରଫରୁ ଦିଆଯାଉଥିବା ଏହି ପୁରସ୍କାର ବାବଦରେ ୩ ବୈଜ୍ଞାନିକଙ୍କୁ ୧୧ ମିଲିଅନ ସ୍ଵେଡିଶ କ୍ରନର (ପ୍ରାୟ ୧୦ କୋଟି ଟଙ୍କା) ପ୍ରଦାନ କରାଯିବ । କ୍ଲାର୍କ ଏବଂ ମାର୍ଟିନିସ କାଲିଫର୍ନିଆ ବିଶ୍ଵବିଦ୍ୟାଳୟ ସହିତ ଜଡ଼ିତ ଥିବାବେଳେ ଡେଭୋରେଟ ୟେଲ ବିଶ୍ଵବିଦ୍ୟାଳୟ ଏବଂ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ସହିତ ସମ୍ପୃକ୍ତ ରହିଛନ୍ତି ।

ଏହା ପରେ ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ପୁରସ୍କାର ଏବଂ ଅର୍ଥନୈତିକ ବିଜ୍ଞାନ ପୁରସ୍କାର ପାଇଁ ଘୋଷଣା କରାଯିବ । ଡିସେମ୍ବର ୧୦ ତାରିଖରେ, ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ପୁରସ୍କାର ପ୍ରଦାନ କରାଯିବ ।  ୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ନୋବେଲ ପୁରସ୍କାର ଘୋଷଣା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଗତକାଲି ମେଡିସିନ କ୍ଷେତ୍ର ପାଇଁ ୩ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ପେରିଫେରଲ ଇମ୍ୟୁନିଟି ସଂପର୍କିତ ଗବେଷଣା ପାଇଁ ମେଡିସିନ କ୍ଷେତ୍ରର ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ମିଳିବ। ଆମେରିକୀୟ ବୈଜ୍ଞାନିକ ମେରୀ ବ୍ରଙ୍କୋ, ଫ୍ରେଡ ରାମସଡେଲ ଏବଂ ଜାପାନର ଶିମନ ସାକାଗୁଚିଙ୍କୁ ମିଳିବ ନୋବେଲ ।

Leave A Reply

Your email address will not be published.