ଯୋଗାଣ ବିଭାଗ ର ନିଷ୍କ୍ରିୟତା : ଏମ.ଆର.ପି କୁ ଆଳକରି ଚଢ଼ା ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି…!

add-all


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ ପେଣ୍ଠ ସ୍ଥଳି ଆସିକା। ଦୀର୍ଘ ଦିନ ହେଲା ଏଠାକାର ଯୋଗାଣ ବିଭାଗ ଚିର ନିଦ୍ରାରେ ରହିବା ଫଳରେ ଖାଦ୍ୟ ସାମଗ୍ରୀ କୁ ଅତି ଚଢ଼ା ଦରରେ କିଛି ବ୍ୟବସାୟୀ ବିକ୍ରି କରୁଛନ୍ତି। କରିବା ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ବିଭିନ୍ନ ମିଲରେ ବିନା ପଞ୍ଜିକୃତ ରେ ଅଟା, ସୁଜି, ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା, ସୋରିଷ କୁ ମାତ୍ରାଧିକ ଏମ.ଆର.ପି ଦରରେ ପ୍ରିଣ୍ଟ କରି ବିକ୍ରି କରାଯାଉଛି। ଏହି ସବୁ କାରବାର ବିନା ପଞ୍ଜିକୃତ ଭାବେ ଖୁଲାମ ଖୁଲା ଚାଲୁଛି।ପ୍ୟାକେଟ ର ଖରିଦ ମୂଲ୍ୟ ଦଶ ଟଙ୍କା ଥିବା ବେଳେ ଏହା ଉପରେ ବିକ୍ରି ମୂଲ୍ୟ ୪୦ ଟଙ୍କା ଏମ.ଆର.ପି ଥାଉଛି। ବିଚରା ଖାଉଟି ଏମ ଆର ପି କୁ ଦେଖି କାନମୁଣ୍ଡା ଆଉଁସି ଚୁପଚାପ ଟଙ୍କା ଦେଇ ଚାଲି ଆସିବାକୁ ବାଧ୍ୟ ହେଉଛି।ବିଭାଗୀୟ ବାବୁ ମାନେ କେବେବି ଆସିକା ଅଞ୍ଚଳ ରେ ଥିବା ବେଆଇନ ଗ୍ରୋସରି ଦୋକାନ ଉପରେ ଚଢ଼ାଉ କରିବାର ନଜିର ନାହିଁ। ଆସିକା ର ଅଧିକାଂଶ ଦୋକାନୀ ର ବିଭିନ୍ନ ସାମଗ୍ରୀ ର ଦର ର ତାଳ ମେଳ ରହୁନାହିଁ। ଦରଦାମ ବୃଦ୍ଧିର ସୁଯୋଗ ନେଇ ଏହି କଳା ବଜାରୀ ମାନେ ଦିନ ଦିପହରେ ଶୋଷଣ କରୁଛନ୍ତି। ଯୋଗାଣ ବିଭାଗ ର ଏଠାକାର ବାବୁ ଅଧିକାଂଶ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତି ରୁହନ୍ତି। ପଚାରିଲେ ଗୋଟେ ଉତ୍ତର ମିଳେ ଭିଜିଟ ରେ ଯାଇଛନ୍ତି। ଯଦି ସବୁବେଳେ ବାବୁ ଭଜିଟ ରେ ଯାଉଛନ୍ତି, ତାହା ହେଲେ ବଜାର ରେ ଅହେତୁକ ଦର ବୃଦ୍ଧି ରେ କିପରି ସାମଗ୍ରୀ ବିକ୍ରି ହେଉଛି ବୋଲି ପ୍ରଶ୍ନ ଉଠୁଛି।

ad-week
Leave A Reply

Your email address will not be published.