ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ବଚତ୍ ଆହ୍ୱାନ ପରେ ଆସିକା ରେ ପେଟ୍ରୋଲ ଓ ଡିଜେଲ ପାଇଁ ହା ହା କାର….! :ବାଇକ କୁ ୧୦୦ ଓ ଚାରି ଚକିଆ ଯାନକୁ ୫୦୦ ଟଙ୍କା ରେ ସୀମିତ ପେଟ୍ରୋଲ..!

ବ୍ରହ୍ମପୁର: ଆସିକା ସହର ରେ ମାତ୍ର ଦୁଇଟି ପେଟ୍ରୋଲ ପମ୍ପ ରହିଛି। ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ବଚତ୍ ପାଇଁ ଘୋଷଣା ପରେ ପେଟ୍ରୋଲ ଡିଜେଲ ସଙ୍କଟ ଦେଖା ଦେଇଛି। ଦୁଇଚକିଆ ଯାନ ପାଇଁ ୧୦୦ ଟଙ୍କା ଚାରିଚକିଆ ଯାନ ପାଇଁ ମାତ୍ରା ୫୦୦ ଟଙ୍କାର ପେଟ୍ରୋଲ ଦିଆଯାଉଛି। ସେହି ପରି ଚାରିଚକିଆ ଯାନ ପାଇଁ ୫୦୦ ଟଙ୍କାର ଡିଜେଲ ଦିଆଯାଉଛି। ପେଟ୍ରୋଲ ଡିଜେଲ ପାଇଁ ଗ୍ରାହକ ହନ୍ତସନ୍ତ ହେଉଥିବା ଲକ୍ଷ କରାଯାଇଛି। ସ୍ୱଳ୍ପ ଦିନ ମଧ୍ୟରେ ପେଟ୍ରୋଲ ଡିଜେଲ ଆଉ ଆସିବାର ନାହିଁ ବୋଲି ବିଭିନ୍ନ ମହଲ ରେ ଗୁଜବ ଜୋର ଧରିଛି। ବହୁ ଗ୍ରାହକ ବାହାରୁ ଚଢ଼ା ଦରରେ ପେଟ୍ରୋଲ କ୍ରୟ କରୁଥିବା
