
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଆଇନ ଲଘୁ ଖଣିଜ ଉତ୍ତୋଳନ ଏବଂ ପରିବହନ ବୃଦ୍ଧି ପାଇବାରେ ଲାଗିଛି।ଏହି ବେଆଇନ ଖଣି କାରବାର ତଥା ଖଣିଜ ପରିବହନକୁ କେନ୍ଦ୍ରକରି ଏକାଧିକ ମୁଣ୍ଡ ଗଡିଛି ନୟାଗଡ଼ରେ।ଏହା ଦ୍ଵାରା ଜିଲ୍ଲା ପ୍ରଶାସନ ଠାରୁ ଖଣି ବିଭାଗ ଏବଂ ପୋଲିସ ବିଭାଗ ନିନ୍ଦିତ ହୋଇଛି।ଏବେ ଜିଲ୍ଲା ପ୍ରଶାସନ ବ୍ୟାପକ ତତ୍ପରତା ଦେଖାଇଛି।ନିୟମିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଫତେନଗର ଥାନା ଅନ୍ତର୍ଗତ ମାଧାପୁର ଏବଂ ପଥରଚକଡା ରେ ବାଲି ମାଫିଆମାନେ ବିଳମ୍ବିତ ରାତ୍ରିରେ ବାଲି ଚୋରା ଚାଲାଣ କରିଥିବା ସମୟରେ ଜିଲ୍ଲା ପ୍ରଶାସନ ଦ୍ଵାରା ଟ୍ରାକଟର କୁ ଜବତ କରାଯାଇଛି।
