ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେବା ପରେ, ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ..? ମାଫିଆ ମାନେ କଲେଣି ଗୁପ୍ତ ବୈଠକ…!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆସିକା ଅଞ୍ଚଳର ମଦ ଓ ବାଲି ମାଫିଆ ମାନଙ୍କ କବ୍ଜା ରେ ରାଜନେତା ମାନେ ରହିଥିବାର ନଜିର ରହିଛି। ନୂଆ ଅଧିକାରୀ ଆସିକା ଅଞ୍ଚଳ କୁ ଆସିଲେ ମାଫିଆ ମାନେ ବିଲେଇ ବେକରେ ଘଣ୍ଟି ବାନ୍ଧିବା ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦିଅନ୍ତି। ବାବୁ ମାନଙ୍କ ପାଖକୁ ଦଲାଲ ମାନଙ୍କ ସାହାଯ୍ୟରେ ଫୁଲ ତୋଡ଼ା ଧରି ଭଦ୍ର ମୁଖା ଦେଖାଇ ହସ ହସ ମୁହଁରେ ଯାଇ ବାବୁ ମାନଙ୍କୁ ନିଜ କବ୍ଜା ରେ ଆଣନ୍ତି। ତାପରେ ସେମାନଙ୍କ ସବୁ ବ୍ୟବସାୟ ସୁରୁଖୁରୁରେ ଚାଲେ। ଯଦି ବାବୁ ମାନେ ବୋଲ ନମାନିଲେ ମାଫିଆ ମାନେ କଳବଳ କୌଶଳ ଅବଲମ୍ବନ କରି ନେତାଙ୍କ ଠାରୁ ଆରମ୍ଭ କରି ମୁଠା ମୁଠା ଟଙ୍କାର ତାକତ ରେ ବାବୁ ମାନଙ୍କୁ ଧରାଶାୟୀ କରିବା ବା ନିଲମ୍ବନ କରିବାକୁ ଧମକ ଵି ଦିଅନ୍ତି ଯାହାକି ନଜିର ରହିଛି । ବେଳେ ବେଳେ ସଫଳ ହେବାର ଵି ନଜିର ବି ରହିଛି। ଅଧିକାଂଶ କରି ଆସିକା ଅଞ୍ଚଳର ଅଧିକାଂଶ ପୋଲିସ ଅଫିସର ଏଭଳି ଶିକାର ହୋଇଥିବାର ଦୁଷ୍ଟାନ୍ତ ରହିଛି। ଯେଉଁ ବାବୁ ମାନେ ମାଫିଆ ମାନଙ୍କୁ ନିଜ ଅଫିସରେ ପ୍ରଶୟ ଦିଅନ୍ତି, ନାହିଁ ସେହି ବାବୁ ମାନଙ୍କୁ ନେତାଙ୍କ ଆଶୀର୍ବାଦ ନେଇ ନିଜ କବ୍ଜା କୁ ଆଣିବାରେ ସଫଳ ହେଉଛନ୍ତି। ବର୍ତ୍ତମାନ ନୂତନ ଏସ ଡି ପି ଓ ଦାୟିତ୍ୱ ନେବା ପରେ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ବୋଲି ଗୁପ୍ତ ବୈଠକ ହେବାରେ ଲାଗିଥିବା ସୂଚନା ମିଳୁଛି l କାରଣ ଆସିକା ଗଞ୍ଜାମ ଜିଲ୍ଲାର ଗୁଡ଼ ମାଠିଆ ବୋଲି ଚର୍ଚ୍ଚା ରେ ରହି ଆସୁଛି ଏଠାରେ ଚୋରା ଏବଂ ବିଷାକ୍ତ ମଦ ବ୍ୟବସାୟୀ ଠାରୁ ଆରମ୍ଭ କରି , ଚୋରା ସୁନା, ଚୋରା ବାଲି, ମୋରମ, ପଥର ଚାଲାଣ ର ପେଣ୍ଠ ସ୍ଥଳୀ ତେଣୁ ଏଠାରେ ବାବୁ ମାନଙ୍କ ଚାହିଦା ଵି ବେଶି l କିଛି ବାବୁ ଆସିକା ଅଞ୍ଚଳ କୁ ଆସିବା ପାଇଁ ସାଲିସ କରିଥାନ୍ତି ବୋଲି ଶୁଣିବାକୁ ମିଳୁଛି ତେଣୁ ମାଫିଆ ମାନେ ଵି ଏହାର ଫାଇଦା ଉଠାଇ ଥାନ୍ତି l ଚୋରା ବାଲି ଏବଂ ଚୋରା ମଦ ବ୍ୟବସାୟ ର ଆସିକା ହେଉଛି ଏକ ଗଡ଼ l ମାଫିଆ ମାନେ ନିଜ ବ୍ୟବସାୟ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ସବୁ କିଛି କରିପାରନ୍ତି l ଦେଖାଯାଉ ଆଗକୁ କଣ ହେଉଛି ତାହା ସମୟ କହିବ l
