ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କୁ ନେଇ ବିଜେଡିର ପ୍ରେସ ମିଟ ।

add-all

ନୟାଗଡ଼:ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ।ପୋଲିସ ପ୍ରତି ଆଉ ଲୋକମାନଙ୍କର କୌଣସି ଭୟ ନାହିଁ।ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ।ଏହି ପ୍ରସଙ୍ଗକୁ ନେଇ ପ୍ରେସ ମିଟ କରି ବିଷୋଦଗାର କରିଛି ନୟାଗଡ଼ ବିଜେଡି।ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହିତ ଦୁର୍ବଳ ସରକାର ପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ତେଣୁ ସାଧାରଣ ଜନତା ଆଜି ଭୟଭୀତ।ଡବଲ ଇଂଜିନ୍ ସରକାର ଆସିବା ପରେ ଅରାଜକତା ବଢିବା ସହିତ ଅପରାଧି ମାନେ ଆଇନକୁ ଭୃକ୍ଷେପ କରୁନାହାନ୍ତି। ବର୍ବରତା ସୀମା ଅତିକ୍ରମ କରିଛି। ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା, ଗଞ୍ଜାମରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ବ୍ରହ୍ମଗିରିରେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, କଣାସ ଥାନା ଅଞ୍ଚଳରେ ବାଲି ମାଫିଆଙ୍କ ଦୌରାତ୍ମ୍ଯ ସହିତ ଓଡ଼ଗାଁ ଖଣି ମାଫିଆଙ୍କ ଦ୍ଵାରା ଜଘନ୍ଯ ହତ୍ୟାକାଣ୍ଡ ସବୁ ସୀମା ଟପିଯାଇଛି।
ଦୁଇ ବର୍ଷର ବିଜେପି ସରକାରରେ ଓଡ଼ିଶାର ଛବି ମଳିନ ହୋଇଛି।ବିପର୍ଯ୍ୟସ୍ଥ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟକରି ଆସନ୍ତା ୧୪ ତାରିଖରେ ନୟାଗଡ଼ ଏସପି ଙ୍କୁ ଏକ ଦାବିପତ୍ର ଦିଆଯିବ। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଏସ୍ପି ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କଅଁର, ସରୋଜ ରଣସିଂହ, କ୍ଷୀରୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.