ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

puja26

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତ ଦଣ୍ଡୋର ଗ୍ରାମର ରାଜେନ୍ଦ୍ର ମିଶ୍ର (୩୭) ନିଜ ସାଙ୍ଗଙ୍କ ନାବାଳିକା ଝିଅ ସହିତ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। କୋର୍ଟରେ ତାର ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତ ରାଜେନ୍ଦ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୀଡ଼ିତା ନାବାଳିକାର ମାଆ ଅଭିଯୁକ୍ତ ରାଜେନ୍ଦ୍ରର ସାଙ୍ଗ ଏବଂ ସମବୟସ୍କା ଅଟନ୍ତି। ସାଙ୍ଗର ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ତଥା ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତିରୁ ଓହରିଯିବା ଫଳରେ ପୀଡ଼ିତାଙ୍କ ମାଆ ରାଜେନ୍ଦ୍ରଙ୍କ ଘରଲୋକଙ୍କ ସହିତ ଏହି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ମାତ୍ର ଏହି ଆଲୋଚନାରୁ କୌଣସି ସୁଫଳ ମିଳିନଥିଲା। ନ୍ୟାୟ ନପାଇ ନିରୁପାୟ ହୋଇ ପୀଡ଼ିତାଙ୍କ ମାଆ ଶେଷରେ ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ।

ପୀଡ଼ିତାଙ୍କ ମାଆଙ୍କ ବୟାନ ଏବଂ ଲିଖିତ ଅଭିଯୋଗ ଆଧାରରେ ଓଡ଼ଗାଁ ପୋଲିସ ୪୦୮/୨୬ ରେ ଏକ ମାମଲା ରୁଜୁ କରିଥିଲା। ବାରମ୍ବାର ଦୁଷ୍କର୍ମ କରିବା ଏବଂ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରାଯାଇଥିଲା। ଡାକ୍ତରୀ ମାଇନା ସମେତ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାକୁ ଅଦାଲତରେ ହାଜର କରାଯାଇଥିଲା ଏବଂ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.